ଗୁଆହାଟି,୨୭ ।୮: ଆସାମର ଦିମା ହସାଓ ଜିଲାରେ ଉଗ୍ରବାଦୀମାନେ ଲଙ୍କା ରୋଡରେ ୭ଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି । ଏଥିରେ ୫ ଜଣ ଚାଳକଙ୍କ ମୃତ୍ୟୁ ହୋଇଥବା କୁହାଯାଉଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ଗୁରୁବାର ରାତିରେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଦ୍ୱାରା ଏହା କରାଯାଇଥିବା କୁହାଯାଉଛି । ଏମାନେ ଟ୍ରକରେ ନିଆଁ ଲଗାଇବା ପୂର୍ବରୁ କେତେ ରାଉଣ୍ଡ ଗୁଳି ଚଳାଇଥିଲେ । ଏପର୍ଯ୍ୟନ୍ତ ପୋଲିସ ୫ ଜଣ ଚାଳକଙ୍କ ମୃତଦେହ ଜବତ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି । ପୋଲିସର ସୂଚନା ଅନୁଯାୟୀ ଏହା ଡିଏନ୍ଏଲ୍ଏ ଉଗ୍ରବାଦୀଙ୍କ ଦ୍ୱାରା କରାଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।