ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ ଅଲଗା କଲେ ଦୁର୍ବୃତ୍ତ, ବିଜେଡି ପକ୍ଷରୁ ଥାନାରେ ଅଭିଯୋଗ

ରଣପୁର,୨୬।୨(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଏନ୍‌ଏସି ଅନ୍ତର୍ଗତ ମା’ ମଣିନାଗ ପୀଠ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଥିଲା। ଶନିବାର ମଧ୍ୟରାତ୍ରିରେ କେହି ଦୁର୍ବୃତ୍ତ କଟର ମେଶିନ ସାହାଯ୍ୟରେ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ କାଟି ଅଲଗା କରି ଦେଇଛନ୍ତି। ଏହା ଜଣାପଡ଼ିବା ପରେ ସ୍ଥାନୀୟ ବିଜେଡିରେ ଚାପା ଉତ୍ତେଜନା ଦେଖାଦେଇଛି।

ଏ ନେଇ ରବିବାର ଏନ୍‌ଏସି ଅଧ୍ୟକ୍ଷା ରଙ୍ଗିନୀ ମହାନ୍ତିଙ୍କ ନେତୃତ୍ୱରେ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଦଳର କେତେଜଣ କର୍ମୀ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଖବର ଲେଖାହେବା ସୁଦ୍ଧା ପୋଲିସ କୌଣସି ଦୁର୍ବୃତ୍ତଙ୍କୁ ଗିରଫ କରିପାରିନାହିଁ। ଏହାକୁ ନେଇ ବିଜେଡିରେ ଅସନ୍ତୋଷ ଦେଖାଦେଇଛି। ୨୦୧୯ ମାର୍ଚ୍ଚରେ ଏହି କଲ୍ୟାଣ ମଣ୍ଡପରେ ରଣପୁରର ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ଓ ରଣପୁରବାସୀ ବିଜୁବାବୁଙ୍କୁ ମନେପକାଇବା ପାଇଁ ତାଙ୍କ ଉଦ୍ଦେଶ୍ୟରେ ବଉଳମାଳିଆ ପଥରରେ ବିଜୁବାବୁଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ଏହାକୁ ସେତେବେଳେ ପୁରୀ ଏମ୍‌ପି ପିନାକୀ ମିଶ୍ର ଉଦ୍‌ଘାଟନ କରିଥିଲେ।

ସୂଚନାଯୋଗ୍ୟ, ମା’ ମଣିନାଗ ମନ୍ଦିରରେ କିଛିବର୍ଷ ତଳେ ଚୋରି ହୋଇଥିବାରୁ ଥାନା ପକ୍ଷରୁ ପ୍ରତ୍ୟେକ ରାତ୍ରିରେ ସେଠାରେ ପୋଲିସ ନିୟୋଜିତ ହେଉଛନ୍ତି। କଲ୍ୟାଣ ମଣ୍ଡପଟି ମନ୍ଦିରଠାରୁ ମାତ୍ର ୫୦ ହାତ ଦୂରରେ ଥିବାବେଳେ ଦୁର୍ବୃତ୍ତମାନେ କଟର ମେଶିନ ସାହାଯ୍ୟରେ କାଟିଲା ବେଳେ କିଭଳି ପୋଲିସ ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ରଣପୁର ଆଇଆଇସି ନୀହାର ରଞ୍ଜନ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ୭୪/୨୦୨୪ରେ ଏକ ମାମଲା ରୁଜୁ କରାଯାଇଛି। ମୂର୍ତ୍ତି ଭଙ୍ଗା ଘଟଣାର ତଦନ୍ତ ଚାଲିଛି। ରାତିରେ ମନ୍ଦିର ଜଗୁଥିବା ପୋଲିସ କର୍ମଚାରୀମାନେ ଯିବା ପୂର୍ବରୁ ଦୁର୍ବୃତ୍ତ ମୂର୍ତ୍ତିକୁ ଭାଙ୍ଗି ପଳାଇଯାଇଥିଲେ ବୋଲି ଆଇଆଇସି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ସାଉଦୀ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ ଆଜି ପୂର୍ବାହ୍ନରେ ଦୁଇ ଦିନିଆ ଗସ୍ତରେ ସାଉଦୀ ଆରବ ପହଞ୍ଚିଥିଲେ, ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ପହଲଗାମ ଛାତିଥରା ଆକ୍ରମଣ ପଛରେ ପାକିସ୍ତାନ ହାତ, ଖୋଜି ଖୋଜି ହିନ୍ଦୁଙ୍କୁ ଗୁଳି କଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୨୨।୪: ଭାରତ ଇତିହାସରେ ଏହି ତାରିଖ ସମୂହିକ ସ୍ମୃତିରେ ଚିରସ୍ଥାୟୀ ହୋଇ ରହିବ। ଯେଉଁଦିନ ଆତଙ୍କବାଦୀମାନେ ଭାରତର “ମିନି ସ୍ୱିଜରଲ୍ୟାଣ୍ଡ” କୁହାଯାଉଥିବା ପହଲଗାମର ଅପୂର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image