ଲୁଟି ନେଲେ ଟଙ୍କା ଭର୍ତ୍ତି ଭ୍ୟାନ, ସଫା କରିଦେଲେ ଦେଢ଼ କୋଟି

ଆଠଗଡ଼,୧୦।୧୧: ଦିନ ଦ୍ୱିପ୍ରହରରେ ଲୁଟି ନେଲେ ଟଙ୍କା ଭର୍ତ୍ତି ଭ୍ୟାନ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ ଅଞ୍ଚଳରେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ତିଗିରିଆ ଥାନା ଗୋଡ଼ିଝରିଆ ନୂଆ ରାସ୍ତାରୁ ଏହି ଲୁଟ୍ ହୋଇଛି। ୫ରୁ ୬ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଛି।

ଟ୍ରଙ୍କରେ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ଥିବା ଥିବା ବେଳେ ସ୍କୁଟି ଓ ସ୍କର୍ପିଓରେ ଆସି ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଲୁଟ କରିଥିଲେ ଡକାୟତ। ତେବେ ଘଟଣା ପରେ ପୋଲିସ ସକ୍ରିୟ ହୋଇ ଆଠଗଡ ଯିବାକୁ ଥିବା ସବୁ ପ୍ରବେଶ ପଥରେ ନାକାବନ୍ଦୀ କରି ଯାଞ୍ଚ କରୁଛି।

Share