Advertisement

ବନ୍ଧୁକ ମୁନରେ ଲୁଟିନେଲେ ୨୭ ଲକ୍ଷ ଟଙ୍କା, କର୍ମଚାରୀ ଆହତ

ମୟୂରଭଞ୍ଜ ,୨୦ା୨: ଶୁକ୍ରବାର ଓଡ଼ିଶାର ମୟୂରଭଞ୍ଜ ଜିଲାରେ ଥିବା SBIର ବହଲଦା ଶାଖାରୁ ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୦.୧୫ ସମୟରେ ଦୁଇଟି ମୋଟରସାଇକେଲରେ ପାଞ୍ଚ ଜଣ ମୁଖାପିନ୍ଧା ବ୍ୟକ୍ତି ବ୍ୟାଙ୍କ ନିକଟରେ ପହଞ୍ଚିବା ସମୟରେ ସେମାନଙ୍କ ମଧ୍ୟରୁ ତିନି ଜଣ କୋଠା ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ବ୍ୟାଙ୍କର କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଧମକ ଦେବା ଆରମ୍ଭ କରିଥିଲେ।

ଅପରାଧୀମାନେ କିଛି କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ, ଯେଉଁଥିରେ ସେମାନେ ଆହତ ହୋଇଥିଲେ। ବ୍ୟାଙ୍କରୁ ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟି ନେଇ ଦୁଇ ଚକିଆ ଗାଡ଼ିରେ ଚମ୍ପଟ ମାରିଥିଲେ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତିର ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଚିହ୍ନଟ ଏବଂ ଠାବ କରିବା ପାଇଁ ପୋଲିସ ଉପଲବ୍ଧ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ତଦନ୍ତ ପାଇଁ ଏକ ସାଇଣ୍ଟିଫିକ ଦଳ ଏବଂ ଏକ ଡଗ ସ୍କ୍ବାଡ୍ ନିୟୋଜିତ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share