ଟଙ୍କା ନେଇ ଯାଉଥିଲେ ଶ୍ବଶୁର ଘର, ବାଟରୁ ଲୁଟିନେଲେ ୯୮ ହଜାର

ରେଢାଖୋଲ,୧୯ା୪(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲ ଥାନା ନାକଟିଦେଉଳ ରାସ୍ତା ମୁଟୁରୁମୁଣ୍ଡା ଘାଟିରେ ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୯୮ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଚାରମାଳ ଥାନା ରଙ୍ଗମାଟିଆ ଗ୍ରାମର ବୁଲୁ ପ୍ରଧାନ ଏ ନେଇ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (ନଂ.୯୮) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ସୂଚନା ଯୋଗ୍ୟ, ବୁଲୁ ବ୍ୟାଙ୍କରୁ ଟଙ୍କା ଉଠାଇ ଶ୍ବଶୁର ଘରକୁ ବାଇକ୍‌ରେ ଯାଉଥିଲେ। ମୁଟୁରୁମୁଣ୍ଡା ଘାଟିରେ ୨ଟି ବାଇକ୍‌ରେ ୪ ଜଣ ଲୁଟେରା ତାଙ୍କୁ ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ବାଇକ୍‌ ଡିକିରେ ଥିବା ୯୮ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇନାହିଁ।

Share