Categories: ଜାତୀୟ

ପୂର୍ବ ଇମ୍ଫାଲ ନେତା ଏଲ ସୁନୀନ୍ଦ୍ରଙ୍କ ଗୋଦାମ ଜାଳିଦେଲେ ଦଙ୍ଗାକାରୀ

ଇମ୍ଫାଲ,୨୪।୬: ମଣିପୁର ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଏତେଦିନ ଧରି ରାଜ୍ୟ ଜଳୁଥିବାରୁ ଏହା କେନ୍ଦ୍ରର ଅପାରଗତାକୁ ସ୍ପଷ୍ଟ ଦର୍ଶାଇଛି। ହିଂସା ଯୋଗୁ ୧୦୦ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ କ୍ଷତିଗ୍ରସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟ ମହିଳା ମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ଘରେ କିଛି ଦଙ୍ଗାକାରୀ ନିଆଁ ଲଗାଇ ଦେଇଥିଲେ। ଶନିବାର ମଣିପୁରର ପୂର୍ବ ଇମ୍ଫାଲ ଚିଙ୍ଗାରେଲ ଜିଲାରେ ନେତା ଏଲ ସୁନୀନ୍ଦ୍ରଙ୍କ ଘରୋଇ ଗୋଦାମରେ କିଛି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଛନ୍ତି। ନିଆଁ ଯୋଗୁ ଗୋଦାମ ଜଳି ପାଉଁଶ ହୋଇଯାଇଛି। ପୋଲିସ କହିଛି ଯେ ଶୁକ୍ରବାର ରାତିରେ ଉକ୍ତ ଜିଲାର ଖୁରାଇରେ ଗ୍ରାହକ ଏବଂ ଖାଦ୍ୟ ମନ୍ତ୍ରୀଙ୍କ ବାସଭବନ ଏବଂ ସମ୍ପତ୍ତିକୁ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିଲା। ଉପଦ୍ରବକାରୀଙ୍କୁ ରୋକିବା ପାଇଁ ସୁରକ୍ଷା ବାହିନୀ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲୁହବୁହା ଗ୍ୟାସ ଏବଂ ଗୁଳି ଚଳାଇଥିଲା। ଘଟଣାରେ କେହି ଆହତ ହୋଇନାହାନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share