ସ୍ବାମୀଙ୍କୁ ମାଡ, ସ୍ତ୍ରୀଙ୍କୁ ବଳାତ୍କାର

ଢେଙ୍କାନାଳ,୨୪।୧୦: ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ଏକ ଅଭାବୀୟ ଘଟଣା ଘଟିଯାଇଛି। ସ୍ବାମୀ ସ୍ତ୍ରୀ ଫେରିବା ବାଟରେ ଦୁହିଁଙ୍କୁ ଅଟକାଇ କିଛି ଯୁବକ ମାଡ ମାରିବା ସହ ସ୍ତ୍ରୀଙ୍କୁ ଟେକି ନେଇ ବଳାତ୍କାର କରିଛନ୍ତି। ଘଟଣା ଅନୁଯାୟୀ, ଦମ୍ପତି ଯାଜପୁରର ବାସିନ୍ଦା ହୋଇଥିବାବେଳେ ମହିଳା ଜଣକ ଢେଙ୍କାନାଳରେ ରହି ପାଠ ପଢୁଥିଲେ। ଦଶହରା ଛୁଟି ପାଇଁ ସ୍ବାମୀଙ୍କ ସଙ୍ଗେ ଘରକୁ ଫେରୁଥିଲେ। ଫେରିବା ବାଟରେ ବରୁଆଁ ନିକଟରେ ୫ଜଣ ଗାଡି ଅଟକାଇ ସ୍ବାମୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ପରେ ମହିଳାଙ୍କୁ ନିକଟସ୍ଥ କାଜୁ ଜଙ୍ଗଲକୁ ଟେକିନେଇ ବଳାତ୍କାର କରିଛନ୍ତି।
ମହିଳାଜଣକ ଏନେଇ ଭୁବନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ମୋବାଇଲ ଓ ଟଙ୍କା ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି। ଏତଲା ଦେବା ପରେ ୨ଜଣଙ୍କୁ ଅଟକ ରଖାଯାଇଥିବା ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି। ଘଟଣାସ୍ଥଳରୁ ଅଭିଯୁକ୍ତଙ୍କ ବାଇକ୍‌ ଜବତ କରିଛୁ। ଆଉ ୩ଜଣଙ୍କୁ ଖୋଜି ବାହାର କରିବୁ ବୋଲି ଏସପି କହିଛନ୍ତି।

Share