ପାହାଡ଼ ଉପର ଗଁାକୁ ଘେରିଛି ଦୁର୍ଦ୍ଦଶା

ଯାଜପୁର,୨୫।୬(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ଅନ୍ତର୍ଗତ ନଗଡ଼ାରେ ଅପପୁଷ୍ଟି ଯୋଗୁ ଶିଶୁମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୭ ବର୍ଷ ବିତିଛି। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଜୁଳି ଆଦି କ୍ଷେତ୍ରରେ ନଗଡ଼ାର ବହୁବିଧ ବିକାଶ ହୋଇଛି ବୋଲି ସରକାର କହୁଛନ୍ତି। ହେଲେ ବାସ୍ତବରେ ପାହାଡ଼ ଶୀର୍ଷରେ ଥିବା ନଗଡ଼ାର ଡାହାଣ ଏବଂ ବାମ ପାର୍ଶ୍ୱ ଅଞ୍ଚଳରେ ଲୋକଙ୍କ ଜୀବନଧାରଣର ମାନକୁ ଅବଲୋକନ କଲେ ସେମାନଙ୍କ ଭାଗ୍ୟ କେବେ ବଦଳିବ ବୋଲି ପ୍ରଶ୍ନ ଉଠୁଛି। ଏବେବି ତୁମୁଣି ଏବଂ ଗୁହିଆଶାଳ ଗ୍ରାମକୁ ରାସ୍ତା ନିର୍ମାଣ ହୋଇପାରିନାହିଁ। ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାମାନେ ପ୍ରାଣ ହରାଉଥିବା ନଜିର ରହିଛି। ଏହି ମର୍ମରେ ଧରିତ୍ରୀରେ ୭ା୫ା୨୦୨୩ରେ ‘ପାହାଡ଼ ଶୀର୍ଷକୁ ଚଢ଼ିପାରୁନି ବିକାଶ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ସାମାଜିକ କର୍ମୀ ମଣ୍ଟୁ ପାହାଡ଼ର ପାଦଚଲା ଆବଡ଼ାଖାବଡ଼ା ରାସ୍ତାରେ ଶୀର୍ଷକୁ ଚଢ଼ି ତୁମୁଣି ଗ୍ରାମରେ ପହଞ୍ଚତ୍ ସ୍ଥିତି ଅବଲୋକନ କରିଥିଲେ। ସେଠାରୁ ଫେରି ସେ ତୁମୁଣି ଅଞ୍ଚଳର ବିକାଶ ପାଇଁ ଏକ ୯ ଦଫା ସମ୍ବଳିତ ସ୍ମାରକପତ୍ର ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ। ଏହି କ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେପୁଟି ସେକ୍ରେଟାରୀ ଶିବରାମ ହେମ୍ବ୍ରମ ତୁମୁଣୀ ଅଞ୍ଚଳର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶିଶୁ ମୃତ୍ୟୁ ଘଟଣାର ୩ ବର୍ଷ ମଧ୍ୟରେ ବହୁ ଚର୍ଚ୍ଚିତ ନଗଡ଼ାକୁ ରାସ୍ତା ଫିଟିଛି। କିନ୍ତୁ ତୁମୁଣି ଏବଂ ଗୁହିଆଶାଳ ଗ୍ରାମବାସୀ ଏବେବି ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି। ମଣ୍ଟୁ ଦାସଙ୍କ ଜିରୋ ଗ୍ରାଉଣ୍ଡ ରିପୋର୍ଟ ଅନୁଯାୟୀ ତୁମୁଣି ଗ୍ରାମରେ ୨୯ ପରିବାରରେ ୨୮୦ ଜଣ ବାସ କରୁଛନ୍ତି। ଗ୍ରାମବାସୀ ନିକଟସ୍ଥ ଝରଣାର ପ୍ରଦୂଷିତ ପାଣି ଉପରେ ନିର୍ଭର କରିଥାନ୍ତି। ଖରାଦିନେ ଝରଣା ଶୁଖିଗଲେ ପାଣି ବୁନ୍ଦାଏ ପାଇଁ ସେମାନେ ଛଟପଟ ହୋଇଥାନ୍ତି। ଘଞ୍ଚ ଜଙ୍ଗଲର ପାଦଚଲା ରାସ୍ତା ଦେଇ ଗ୍ରାମବାସୀ ନିକଟସ୍ଥ ଗ୍ରାମକୁ ଚଳାଚଳ କରିଥାନ୍ତି। ବେଳେବେଳେ ସେମାନେ ବନ୍ୟଜନ୍ତୁଙ୍କ ହାବୁଡରେ ପଡ଼ିଥାନ୍ତି। ଗମନାଗମନ ସୁବିଧା ଆଦୌ ନ ଥିବାରୁ ଗ୍ରାମର ଗର୍ଭବତୀ ମହିଳାମାନେ କେବେ ବି ଡାକ୍ତରଖାନାରେ ସନ୍ତାନ ଜନ୍ମ କରି ନ ଥାନ୍ତି। ଏଭଳି ସ୍ଥିତିରେ ପ୍ରସୂତି ସମୟରେ କାନ୍ଦିରି ପଧାନ ଏବଂ ଯତ୍ରି ପଧାନଙ୍କ ମୃତ୍ୟୁ ଘଟିଛି। ତୁମୁଣି ଗ୍ରାମରୁ ୨୧ କିମି ଦୂର କାଳିଆପାଣିରେ ଏକ ଡାକ୍ତରଖାନା ରହିଛି। ତେଣୁ ସ୍ବାସ୍ଥ୍ୟସେବା ଏହି ଗ୍ରାମକୁ ସାତସପନ ହୋଇଛି। ଏଠାରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ରହିଥିଲେ ହେଁ ମାସକୁ ଥରେ କିମ୍ବା ଦୁଇଥର କର୍ମୀ ଆସିଥାନ୍ତି। ୩ରୁ ୪ କିମି ଦୂର ନାଳିଆଡ଼ବାରେ ଏକ ରାଶନ କେନ୍ଦ୍ର ରହିଛି। କିନ୍ତୁ ରାସ୍ତା ନ ଥିବାରୁ ଗ୍ରାମବାସୀ ରାଶନ ପାଇବାରୁ ବଞ୍ଚିତ ରହିଛନ୍ତି। ଅଧିକାଂଶ ଗ୍ରାମବାସୀଙ୍କ ପାଖରେ ଜବକାର୍ଡ ରହିଛି। କିନ୍ତୁ ଗତ ୩ରୁ ୪ ବର୍ଷ ହେବ ସେହିସବୁ ଜବ୍‌କାର୍ଡ ସଞ୍ଜୟ ମହନ୍ତ ନାମକ ଜଣେ ଠିକାଦାରଙ୍କ ପାଖରେ ରହିଛି। ଟଙ୍କର ପ୍ରଧାନ, କ୍ଷେତ୍ର ପ୍ରଧାନ, ମଧୁସୂଦନ ପ୍ରଧାନ, ଜାମୁଣୀ ପ୍ରଧାନ, ଓଡିଆ ପ୍ରଧାନ, ବିଟୁ ପ୍ରଧାନ, ବୁଦୁନି ପ୍ରଧାନ, ଦୀନ ପ୍ରଧାନ, ଦଶୁମତିଆ ପ୍ରଧାନ, ସୁବୁନି ପ୍ରଧାନ, ମାଚୁ ପ୍ରଧାନ ପ୍ରମୁଖ ଗ୍ରାମବାସୀ ତାଙ୍କୁ ଜବ୍‌କାର୍ଡ ମାଗିଲେ ଧମକ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ତେଣୁ ଏହି ଜବକାର୍ଡରେ ବ୍ୟାପକ ଅନିୟମିତତା ହେଉଥିବା ସନ୍ଦେହ କରାଯାଇଛି। ପ୍ରାଥମିକ ବିଦ୍ୟାଳୟ ବହୁ ଦୂରରେ ଥିବାରୁ ଏଠାକାର ଏକାଧିକ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ଏଭଳିସ୍ଥିତିରେ ତୁରନ୍ତ ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, ନିୟମିତ ଭାବେ ସ୍ବାସ୍ଥ୍ୟ ଶିବିର, ଅଙ୍ଗନଓ୍ବାଡି ସେବା, ଠିକାଦାରଙ୍କଠାରୁ ଜବକାର୍ଡ ଉଦ୍ଧାର, ଘରକୁ ଘର ରାଶନ ଯୋଗାଣ ଇତ୍ୟାଦି ବ୍ୟବସ୍ଥା କରିବାକୁ ମଣ୍ଟୁ ଦାସ ଏବଂ ତାଙ୍କ ସହଯୋଗୀମାନେ ଦାବି କରିଛନ୍ତି। ମଣ୍ଟୁ ଦାସ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ପାହାଡ଼ ଚଢ଼ି ତୁମୁଣି ଆଦିବାସୀ ଜୁଆଙ୍ଗ ପରିବାରଙ୍କ ବିକାଶ ପାଇ ଯେଉଁ ଉଦ୍ୟମ କରିଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ମତପ୍ରକାଶ ପାଇଛି।
ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ତୁମୁଣି ଏବଂ ଗୁହିଆଶାଳ ଗ୍ରାମକୁ ରାସ୍ତା ନିର୍ମାଣ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ଏଯାଏ ତାଙ୍କ ପାଖକୁ କୌଣସି ନିର୍ଦ୍ଦେଶ ଆସି ନାହିଁ, ସୋମବାର ବୁଝିକି ସେ କହିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri