Categories: ଜାତୀୟ

ମିସ୍‌ ଇଣ୍ଡିଆ ରନର୍ସ ଅପ୍‌ ମୁକୁଟ ପିନ୍ଧି ଅଟୋଚାଳକ ପିତାଙ୍କ ନିକଟରେ ପହଞ୍ଚିଲେ ଝିଅ, ଆଖିରୁ ପୋଛିଲେ ଲୁହ

ବାରାଣସୀ,୧୮।୨: ଫେମିନା ମିସ୍‌ ଇଣ୍ଡିଆର ରନର୍ସ ଅପ୍‌ ଟାଇଟଲ ଜିତିଛନ୍ତି ବାରାଣସୀର ଝିଅ ମାନ୍ୟା ସିଂହ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା। କାରଣ ମାନ୍ୟା ଜଣେ ଅଟୋଚାଳକଙ୍କ ଝିଅ। ସେ ବିଏଲ୍‌ସିସି ମିସ୍‌ ଇଣ୍ଡିଆ ୨୦୨୦ରେ ରନର୍ସ ଅପ୍‌ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ମାତ୍ର ୧୪ ବର୍ଷ ବୟସରେ ମାନ୍ୟା ନିଜର ସ୍ବପ୍ନ ପୂରଣ କରିବା ପାଇଁ ଘରୁ ବାହାରିଥିଲେ। ବର୍ତ୍ତମାନ ସେ ଏଥିରେ ବିଜୟୀ ହୋଇଛନ୍ତି। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସେ ରନର୍ସ ଅପ୍‌ ମୁକୁଟ ପିନ୍ଧି ଘରକୁ ଫେରିଛନ୍ତି। ମା’ଙ୍କ ପାଦ ଛୁଇଁ ପ୍ରଣାମ କରିଥିବା ବେଳେ ପିତାଙ୍କ ଆଖିରୁ ଲୁହ ପୋଛିଛନ୍ତି। ଏ ଲୁହ ଦୁଃଖର ନୁହେଁ ଖୁସିର ଅଟେ।

Share