ଆଣ୍ଡ୍ରିଆ ମେଜା ହେଲେ ମିସ ୟୁନିଭର୍ସ

ଫ୍ଲୋରିଡା,୧୭।୫: ମିସ ୟୁନିଭର୍ସ ୬୯ତମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜେତା ଘୋଷିତ ହୋଇଛି। ମେକ୍ସିକୋର ଆଣ୍ଡ୍ରିଆ ମେଜା ମିସ ୟୁନିଭର୍ସ ୨୦୨୦ ଟାଇଟଲ ଜିତିଛନ୍ତି। ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀ ହେଲେ ବ୍ରାଜିଲର ଜୁଲିଆ ଗାମା ଏବଂ ପେରୁର ଜାନିକ୍‌ ମାକେଟା। ପୂର୍ବତନ ମିସ ୟୁନିଭର୍ସ ଜୋଜିବିନି ତୁଞ୍ଜିଙ୍କଠାରୁ ଆଣ୍ଡ୍ରିଆ ମିସ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ। ଏଥି ସହିତ ଭାରତ ପକ୍ଷରୁ ଏଥର ଭାଗ ନେଇଥିବା ୨୨ ବର୍ଷୀୟା ଏଡଲିନ କାଷ୍ଟାଲିନୋ ଶ୍ରେଷ୍ଠ ୫ରେ ସ୍ଥାନ ପାଇବାକୁ ସକ୍ଷମ ହୋଇଥିଲେ। ସେ ଏହି ୪ର୍ଥ ସ୍ଥାନରେ ରହି ଫାଇନାଲ ଦୌଡରୁ ବାଦ୍‌ ପଡିଥିଲେ। ଫ୍ଲୋରିଡାର ସେମିନୋଲ ହାର୍ଡ ରକ ହୋଟେଲ ଆଣ୍ଡ କସିନୋରେ ଗ୍ରାଣ୍ଡ ଫାଇନାଲ ସମାରୋହ ଅନୁଷ୍ଠିତ ହୋଇଥିଲା।

Share