Categories: ଜାତୀୟ

ମିସ୍‌ ୱାର୍ଲଡ -୨୦୨୧ ପ୍ରତିଯୋଗିତା ସ୍ଥଗିତ

ନୂଆଦିଲ୍ଲୀ,୧୭।୧୨: କୋଭିଡ୍‌ ପାଇଁ ମିସ୍‌- ୱାର୍ଲଡ ୨୦୨୧ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଏହି ପ୍ରତିଯୋଗିତାର ଫାଇନାଲ ପୁଏର୍ତ୍ତୋ ରିକୋରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବାରୁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଭାରତୀୟ ସୁନ୍ଦରୀ ମାନସା ବାରାଣସୀ ବି ଅଛନ୍ତି। ଯିଏକି ମିସ୍‌ ୱାର୍ଲଡ -୨୦୨୦ର ମୁକୁଟ ପିନ୍ଧିଥିଲେ। ପ୍ରତିଯୋଗୀ, କ୍ରୁ, ଷ୍ଟାଫ ଓ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୯୦ ଦିନ ମଧ୍ୟରେ ଫାଇନାଲ ପାଇଁ ତାରିଖ ଘୋଷଣା କରାଯିବ। ଏ ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଯୋଗୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ତେବେ ମିସ୍‌ ୱାର୍ଲଡ ସିଇଓ ଜୁଲିଆ ମୋରଲେୟ କହିଛନ୍ତି, ସ୍ବାସ୍ଥ୍ୟ ଅଧିକାରୀ ଓ ପରାମର୍ଶଦାତା ଗ୍ରୀନ ସିଗ୍‌ନାଲ ଦେବା ପରେ ପ୍ରତିଯୋଗୀ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ଦେଶକୁ ଫେରିବାକୁ ଅନୁମତି ମିଳିବ।

Share