ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା ଜିତିଲେ ୭୧ ତମ ବିଶ୍ୱ ସୁନ୍ଦରୀ ମୁକୁଟ

ନୂଆଦିଲ୍ଲୀ,୯ା୩: ୭୧ ତମ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା। ଶନିବାର ମୁମ୍ବାଇରେ ଥିବା ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଏହି ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷର ବିଜେତା ପୋଲାଣ୍ଡର ମିସ୍ ୱାର୍ଲ୍ଡ ୨୦୨୨ କରୋଲିନା ବିଏଲାଭସ୍କା ଚଳିତ ବର୍ଷର ବିଜେଡ କ୍ରିଷ୍ଟାଇନାଙ୍କୁ ମୁକୁଟ ପିନ୍ଧାଇଥିଲେ।

ଲେବାନନ୍ ର ୟସ୍ମିନା ଜାଇଟଉନ୍ ପ୍ରଥମ ରନର୍ ଅପ୍ ହୋଇଥିଲେ। ଭାରତରେ ଅନୁଷ୍ଠିତ ହେଉଥିବା ୭୧ ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ପୃଥିବୀର ମହିଳାମାନଙ୍କ ଅନୁଗ୍ରହ, ସୌନ୍ଦର୍ଯ୍ୟ ଏବଂ ଦକ୍ଷତାକୁ ଆଲୋକିତ କରିଥିଲା। ବିଜେତା ଘୋଷଣା ହେବା ପୂର୍ବରୁ ଫାଇନାଲିଷ୍ଟମାନେ ପ୍ରଶ୍ନ ଏବଂ ଉତ୍ତର ରାଉଣ୍ଡ ସହିତ ବିଭିନ୍ନ ବର୍ଗରେ ପ୍ରତିଯୋଗିତା କରିଥିଲେ।

 

View this post on Instagram

 

A post shared by Miss World (@missworld)


ତେବେ ଭାରତର ୭୧ ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଦେଶର ଉତ୍କୃଷ୍ଟ ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରିଛି। ଏହି ପ୍ରତିଯୋଗିତାରେ ଭାରତୀୟ ଡିଜାଇନର୍ ଆର୍ଚାନା କୋଚର ସ୍ୱତନ୍ତ୍ର ରେଶମ କପଡା ବ୍ୟବହାର କରି ବିଶ୍ୱ ସୁନ୍ଦରୀ ୨୦୨୪ ପ୍ରତିଯୋଗୀମାନଙ୍କ ପାଇଁ ସମସ୍ତ ପୋଷାକର ଷ୍ଟାଇଲ୍ ଏବଂ ଡିଜାଇନ୍ କରିଥିଲେ।

୭୧ ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ୧୨ ଜଣିଆ ବିଚାରପତିଙ୍କ ମଧ୍ୟରେ ବଲିଉଡ ଅଭିନେତା କ୍ରିତି ସାନନ୍ ଏବଂ ପୂଜା ହେଗଡେ ଥିଲେ। ଅନ୍ୟ ବିଚାରପତିମାନେ ହେଲେ ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ର ସିଇଓ ଜୁଲିଆ ଏଭଲିନ୍ ମୋର୍ଲି ସିବିଏ, ଅମୃତା ଫଡନାଭିସ୍, ସାଜିଦ ନାଦିଆଡୱାଲା, ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ରଜତ ଶର୍ମା, ଇଣ୍ଡିଆ ଟିଭିର ଚେୟାରମ୍ୟାନ୍ ତଥା ସମ୍ପାଦକ ଜାମିଲ ସଇଦ ଏବଂ ଭିନେଟ ଜେନା। ମିସ୍ ୱାର୍ଲ୍ଡ ୨୦୧୭ ମନୁଶି ଛିଲରଙ୍କ ସମେତ ପ୍ୟାନେଲରେ ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri