Advertisement

ମସ୍କଭାର ପ୍ରତିଶୋଧ ନେଲା ରୁଷିଆ

ମସ୍କୋ,୧୫।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୀଷଣ ଯୁଦ୍ଧ ୫୧ଦିନରେ ପହଞ୍ଚିଛି। ରୁଷିଆ ସୈନ୍ୟ ଲଗାତର ଭାବେ ୟୁକ୍ରେନ ଉପରେ ଭୟଙ୍କର ଗୁଳିମାଡ଼ କରିବା ସହ ମିଶାଇଲ ମାଡ଼ କରୁଛନ୍ତି। ନିକଟରେ ୟୁକ୍ରେନ ରୁଷିଆର ଯୁଦ୍ଧ ଜାହାଜ ମସ୍କଭାକୁ ଧ୍ୱଂସ କରିଥିବା ବେଳେ ବର୍ତ୍ତମାନ ରୁଷିଆ ଏହାର ପ୍ରତିଶୋଧ ନେଇଛି। ରୁଷୀୟ ସୈନ୍ୟମାନେ କ୍ୱିଭ୍‌ରେ ଭୟଙ୍କର ମିଶାଇଲ ଆକ୍ରମଣ କରିଛନ୍ତି। ନେପଚ୍ୟୁନ ମିଶାଇଲ୍‌ ନିର୍ମାଣ କରାଯାଉଥିବା କାରଖାନାକୁ ରୁଷିଆ ଧ୍ୱଂସ କରିଦେଇଥିବା ଦାବି କରିଛି। କୁହାଯାଉଛି, ୟୁକ୍ରେନ ପକ୍ଷରୁ ଏହି ମିଶାଇଲ ଦ୍ୱାରା ରୁଷିଆର ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଇଥିଲା। ତେବେ ଭବିଷ୍ୟତରେ ୟୁକ୍ରେନ୍‌ ଯେପରି ପୁନର୍ବାର ଆକ୍ରମଣ ନ କରିପାରିବ ସେଥିପାଇଁ ସିଧାସଳଖ କାରଖାନାକୁ ନିଜେ ରୁଷିଆ ମିଶାଇଲ୍‌ ଆକ୍ରମଣ କରି ଉଡ଼ାଇଦେଇଛି। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share