Categories: ଜାତୀୟ

ପାକିସ୍ତାନରେ ପଡ଼ିଥିବା ମିସାଇଲ ଉପରେ ବିବୃତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୫।୩: ମାର୍ଚ୍ଚ ୯ରେ ପାକିସ୍ତାନରେ ପଡିଥିବା ଭାରତୀୟ ମିସାଇଲ ସମ୍ପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ସଂସଦରେ ଉତ୍ତର ରଖିଛନ୍ତି।

ସେ କହିଛନ୍ତି, ପ୍ରତିଦିନ ହେଉଥିବା ମିସାଇଲ ରକ୍ଷଣାବେକ୍ଷଣ ଯାଞ୍ଚ ସମୟରେ ଟେକ୍‌ନିକାଲ ତ୍ରୁଟି ଯୋଗୁ ହଠାତ୍‌ ଏକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇଯାଇଥିଲା। ଏହି ଘଟଣା ପାଇଁ ଦୁଃଖିତ। ଘଟଣାରେ କେହି ମୃତାହତ ହୋଇନାହାନ୍ତି। ସରକାର ଘଟଣାକୁ ଗମ୍ଭୀରତାର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ତୁରନ୍ତ ଏହାକୁ ସଂଶୋଧନ କରାଯିବ। ଏପରି କି ଭାରତର ସୁରକ୍ଷା ଏବଂ ନିରାପତ୍ତାକୁ ସରକାର ଗୁରୁତ୍ୱ ଦେଉଥିବା ପ୍ରକାଶ କରିଥିଲେ।

Share