ହମାସ୍‌ ମୁଖ୍ୟଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼

ଜେରୁଜେଲମ୍‌,୪ା୧୧: ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଶନିବାର ଗାଜାରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀର ରାଜନୈତିକ ମୁଖ୍ୟ ଇସ୍‌ମାଇଲ୍‌ ହନିୟେଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼ କରିଛି। ତେବେ ଆକ୍ରମଣ ସମୟରେ ଇସ୍‌ମାଇଲ ଘରେ ନ ଥିଲେ। ରିପୋର୍ଟରେ କୁହାଯାଇଛି ଯେ, ଉତ୍ତର ଗାଜାର ଅଲ-ଶାଥିରେ ଥିବା ଇସ୍‌ମାଇଲ୍‌ଙ୍କ ଏକ ଘରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।

ଇସ୍‌ମାଇଲ୍‌ ୨୦୧୯ରୁ ଗାଜା ଷ୍ଟ୍ରିପ୍‌ରେ ନାହାନ୍ତି। ତୁର୍କୀ, କାତାର ଏବଂ ଇରାନ ଯାତ୍ରା କରୁଛନ୍ତି। ଶୁକ୍ରବାର ଇସ୍‌ମାଇଲ୍‌ ତେହେରାନ ଯାଇଥିବା ଜଣାପଡ଼ିଛି। କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ଆଇଡିଏଫ୍‌ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। ଏହି ଆକ୍ରମଣରେ କେହି ମୃତାହତ ହୋଇଥିବା ସମ୍ପର୍କରେ ଜଣାପଡ଼ିନାହିଁ।

Share