ରୁଷିଆ ମିଶାଇଲ ମାଡରେ ଜନଗହଳି ପୂର୍ଣ୍ଣ ମଲରେ ଲାଗିଲା ନିଆଁ, ୧୬ ଲୋକଙ୍କ ମୃତ୍ୟୁ ଆଶଙ୍କା

କ୍ୱିଭ,୨୮ ।୬: ପୂର୍ବ ୟୁକ୍ରେନରେ ଥିବା ଏକ ଜନଗଳହି ପୂର୍ଣ୍ଣ ମଲକୁ ଟାର୍ଗେଟ କରିଛି ରୁଷିଆ । ଏଏଫପି ନ୍ୟୁଜର ସୂଚନା ଅନୁଯାୟୀ, ୟୁକ୍ରେନର ମଲ ଉପରେ ରୁଷିଆ ମିଶାଇଲ ଆକ୍ରମଣ କରିବା ଫଳରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୯ରୁ ଅଧିକ ଆହତ ହୋଇଛନ୍ତି । ଏହା ପୂର୍ବରୁ ଦ କ୍ୱିଭ ଇଣ୍ଡିପେଣ୍ଡେଣ୍ଟର ସୂଚନା ଅନୁଯାୟୀ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଲେଖିଥିଲେ, ରୁଷିଆ କ୍ରେମେନଚୁକରେ ଶପିଙ୍ଗ ସେଣ୍ଟର ଉପରେ ଆକ୍ରମଣ କରିଛି । ହଜାରେରୁ ଅଧିକ ଲୋକ ତା ଭିତରେ ରହିଥିଲେ । ସେ ଲେଖିଥିଲେ ମଲରେ ନିଆଁ ଲାଗିଯାଇଛି । ଅଗ୍ନିଶମ ବାହିନି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ପିଡିତଙ୍କ ସଂଖ୍ୟା କଳ୍ପନା କରିବା ଅସମ୍ଭବ ।

ତେବେ ଲଗାତାର ଭାବେ ଦ୍ୱିତୀୟ ଦିନରେ ରୁଷିଆ ମିଶାଇଲ ସିଭିଲ ଏରିଆକୁ ଟାର୍ଗେଟ କରିଛି । ଏହା ପୂର୍ବରୁ ୟୁକ୍ରେନ୍ ଦାବି କରିଥିଲା କି ରବିବାର ରୁଷିଆ କ୍ୱିଭର ଏକ ଆବାସିକ କୋଠାକୁ ଟାର୍ଗେଟ କରି ମିଶାଇଲ ମାଡ କରିଥିଲା । ସହରର ମେୟର ୱିଟାଲି କ୍ଲିଟସ୍କୋଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଶିଶୁ ସମେତ ୪ ଜଣ ଆହତ ହୋଇଥିଲେ । ଏପଟେ ରବିବାର ରୁଷିଆ କହିଥିଲା କହି ତା’ର ସେନା ପଶ୍ଚିମ ୟୁକ୍ରେନରେ ୩ଟି ସେନା କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି ଯେଉଁଥିରୁ ଗୋଟିଏ ପୋଲାଣ୍ଡ ସୀମାରେ ରହିଛି ।

Share