ଦକ୍ଷିଣ ଆମେରିକା ମାଳଦ୍ୱୀପରେ ଥିବା ଆର୍ଜେଣ୍ଟିନାରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ଅବଶେଷ ସାର୍କର ପେଟ ଭିତରୁ ମିଳିଛି। ସାର୍କ ଏକ ବିପଜ୍ଜନକ ମାଛ, ଯାହା ଅନ୍ୟ ଜୀବମାନଙ୍କୁ ଶିକାର କରିଥାଏ। ଏକ ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ଡିଏଗୋ ବେରିଆଙ୍କୁ ଗତ ଫେବୃୟାରୀ ୧୮ରେ ଆର୍ଜେଣ୍ଟିନାର ଦକ୍ଷିଣ ଚୁବୁତ ପ୍ରଦେଶ ଉପକୂଳ ନିକଟରେ ବାଇକ ଯୋଗେ ଯାଉଥିବାର ଦେଖାଯାଇଥିଲା। ଏହା ପରେ ସେ କୁଆଡେ ନିଖୋଜ ହୋଇଯାଇଥିଲେ। ବହୁତ ଖୋଜାଖୋଜି ପରେ ସେ ମିଳି ନ ଥିଲେ। ହେଲେ ଦଶ ଦିନ ପରେ ଦୁଇ ମତ୍ସ୍ୟଜୀବୀ କହିଛନ୍ତି ଯେ, ଡିଏଗୋ ବାରିଆଙ୍କ ଗାଡି ମିଳୁଥିବା ସ୍ଥାନ ନିକଟରେ ସେମାନେ ତିନୋଟି ସାର୍କ ଧରିଥିଲେ। ଯେତେବେଳେ ସେମାନେ ସାର୍କକୁ ଚିରିଥିଲେ। ସେମାନେ ଶାର୍କ ଭିତରେ ଏକ ହାତର ଅବଶେଷ ମିଳିଥିଲା। ଏହା ଦେଖି ତୁରନ୍ତ ଉପକୂଳବର୍ତ୍ତୀ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ ଘଟଣାସ୍ଥଳରେ ବେରିଆଙ୍କୁ ଖୋଜାଖୋଜି କରୁଥିବା ଅଧିକାରୀମାନେ ପହଞ୍ଚି ପରିବାର ଲୋକଙ୍କୁ ମୃତଦେହକୁ ଚିହ୍ନଟ ପାଇଁ ଖବର ଦେଇଥିଲେ। ଏହାପରେ ପରିବାର ଲୋକେ ପହଞ୍ଚିବା ପରେ ବେରିଆଙ୍କ ମୃତଦେହ ଦେଖାଯାଇଥିଲା। ସେମାନେ ଟାଟୁ ଆଧାରରେ ତାଙ୍କ ଶରୀରକୁ ଚିହ୍ନଟ କରିଥିଲେ।