ପାକିସ୍ତାନ ଜେଲରୁ ଫେରିଥିବା ନିଖୋଜ ବିର୍ଜୁ ତାଳଚେରରୁ ଉଦ୍ଧାର

ସୁନ୍ଦରଗଡ଼, ୫।୧(ଡି.ଏନ୍‌.ଏ.): ପାକିସ୍ତାନ ଲାହୋର ଜେଲରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦୀ ଜୀବନ କାଟି ଗାଁକୁ ଫେରିଥିବା ବିର୍ଜୁ କୁଲୁ (୫୫) ଗତ ଶନିବାର ରାତିରୁ ନିଖୋଜ ହୋଇଯାଇଥିଲେ। ଅନୁଗୋଳ ଜିଲା ତାଳଚେର ବଜାରରେ ବୁଲୁଥିବା ବେଳେ ଉଦ୍ଧାର ମଙ୍ଗଳବାର ସକାଳେ ଉଦ୍ଧାର କରାଯାଇଥିବା ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ବିର୍ଜୁଙ୍କୁ ଉଦ୍ଧାର କରାଯିବା ପରେ ସ୍ବତନ୍ତ୍ର ପୋଲିସ ସହାୟତାରେ ସୁନ୍ଦରଗଡ଼ ଅଣାଯାଇଛି।
ସୂଚନାଯୋଗ୍ୟ, ପାକିସ୍ତାନ ଲାହୋର ଜେଲରେ ୨୦ ବର୍ଷ ବନ୍ଦୀ ଜୀବନ କାଟି ଗତ ନଭେମ୍ବରରେ ବିର୍ଜୁ ନିଜ ଜନ୍ମ ମାଟିକୁ ପହଞ୍ଚିଥିଲେ। ହେଲେ ତାଙ୍କ ମାନସିକ ସ୍ଥିତି ଭଲ ନ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ନିୟୋଜିତ ମେଡିକାଲ ଟିମ୍‌ ନିୟମିତ ତାଙ୍କ ମେଡିକାଲ ଚେକଅପ୍‌ କରୁଥିଲା। ଏହାବ୍ୟତୀତ ପ୍ରଶାସନ ପକ୍ଷରୁ ତାଙ୍କୁ ୨ ମାସର ଆଗୁଆ ରାସନ ଦିଆଯାଇଥିବା ବେଳେ ଘର ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ଏହାସତ୍ତ୍ୱେ ପୁଣି ଥରେ ପାକିସ୍ଥାନ ଫେରିଯିବାକୁ ବିର୍ଜୁ ମନ ବଳାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଶନିବାର ରାତିରେ ବିରଜୁ କେଉଁଆଡେ ନିଖେଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ପତା ନ ମିଳିବାରୁ ତାଙ୍କ ଭଉଣୀ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ମୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Share