ସମୁଦ୍ରରେ ଗାଧେଇବା ବେଳେ ଭାସିଗଲେ ନାବାଳକ

ପୁରୀ ଅଫିସ,୧୧।୭: ପୁରୀ ସମୁଦ୍ରରେ ଗାଧେଇବା ବେଳେ ସୋମବାର ଜଣେ ନାବାଳକ ଭାସିଯାଇଛନ୍ତି। ନିଖୋଜ ନାବାଳକ ଜଣଙ୍କ ହେଲେ ଯାଜପୁର ଜିଲା ମାଳସାହି ଅଞ୍ଚଳର ଆୟୁଷ ଜେନା(୧୬) ବୋଲି ଜଣାପଡିଛି ।

ଆୟୁଷ ପରିବାର ସହ ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ରେ ଗାଧେଇବା ବେଳେ ବୁଡି ଯାଇଥିଲେ । ଫଳରେ ସେ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡଙ୍କ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।