Advertisement

୬ ଦିନ ହେଲା ନିଖୋଜ ଥିଲେ: ଜଙ୍ଗଲରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଟେନ୍‌ସା,୨ା୯(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ମାଲଦା ପଞ୍ଚାୟତ କଳମଙ୍ଗ ଗ୍ରାମର ଦେବେନ୍ଦ୍ର ନାଏକଙ୍କ ସ୍ତ୍ରୀ ଗୁରା ନାଏକ(୪୫) ଗତ ୨୭ ତାରିଖରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଏନେଇ କୋଇଡ଼ା ଥାନାରେ ଏତଲା ଦେଇଥିଲେ। ହେଲେ ଶୁକ୍ରବାର ରାତିରେ ଗ୍ରାମବାସୀ ନିକଟସ୍ଥ ମେଣ୍ଢାମାରୁଣୀ ଜଙ୍ଗଲକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକେ କପଡ଼ା ଦେଖି ମୃତଦେହ ଚିହ୍ନଟ କରିଥିଲେ। ହେଲେ ନିକଟରେ ହାତୀର ପାଦଚିହ୍ନ ସହ ଡାଳପତ୍ର ଭାଙ୍ଗି ପଡି ରହିଥିବା ଦେଖି ତାଙ୍କୁ ହାତୀ କଚାଡି ମାରି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏପରିକି ସପ୍ତାହ ଧରି ମୃତଦେହ ପଡିଥିବାରୁ ଶରୀରର ୭୦ ଭାଗ ଜଙ୍ଗଲ ଜନ୍ତୁ ଖାଇଦେଇଥିବା ଅନୁମାନ କରାଯାଉଛି। ଏନେଇ ପରିବାର ଲୋକେ ଶନିବାର କୋଇଡ଼ା ଥାନାରେ ଏକ ଏତଲା ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share