ଦୁଇ ଦିନ ହେଲା ଥିଲେ ନିଖୋଜ: ନାଳରୁ ମିଳିଲା…

ଅମରପାଲି,୩।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଧୀନ ଯାଲୋଏ ପଞ୍ଚାୟତ ଜାମଗାଁ ନିକଟସ୍ଥ ନାଳରୁ ଜଣେ କଲେଜ ଛାତ୍ରଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ବୀରମହାରାଜପୁର ଥାନା ଜାମଗାଁର ଯଦୁ ମହାକୁରଙ୍କ ପୁଅ ରାଜେଶ ମହାକୁର(୧୭)।

ସେ କଦୋଦର ସ୍ଥିତ ମା’ ଉମାଦେବୀ ହାୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେ ଦୁଇ ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକେ ଖୋଜା ଖୋଜି ପରେ ତାଙ୍କୁ ନ ପାଇବାରୁ ସୋମବାର ବୀରମହାରାଜପୁର ଥାନାରେ ଏକ ଅଭିଯୋଗ କରିଥିଲେ।

ମଙ୍ଗଳବାର ଗ୍ରାମ ନିକଟସ୍ଥ ଏକ ନାଳରେ ଏକ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରିକି ବୌଦ୍ଧରୁ ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ ଆରମ୍ଭ କରିଛି। ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକଟ କରିଛନ୍ତି। ପୁଅଙ୍କୁ କେହି ହତ୍ୟା କରି ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପରାଷ୍ଟ୍ରପତିଙ୍କ ହାତରୁ ଖସିପଡିଲା ଫୁଟବଲ କପ୍‌ ଟ୍ରଫି, ଭିଡିଓ ହେଉଛି ଭାଇରାଲ

ଓ୍ବାଶିଂଟନ,୧୫।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଏପରି ଏକ ଘଟଣା ଘଟିଛି, ଯାହା ଯୋଗୁଁ ୟୁଜର୍ସ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି। ପ୍ରକୃତରେ,...

Jeff Bezos ତାଙ୍କ ପ୍ରେମିକାଙ୍କୁ କରାଇଲେ ମହାକାଶ ଯାତ୍ରା,ସାଙ୍ଗରେ ଥିଲେ Katy Perry

ନ୍ୟୁୟର୍କ,୧୫।୪: ମହାକାଶ ପର୍ଯ୍ୟଟନ କମ୍ପାନୀ ବ୍ଲୁ ଅରିଜିନର ପ୍ରତିଷ୍ଠାତା ଜେଫ ବେଜୋସ ସୋମବାର ତାଙ୍କ ଫିଆନ୍ସି ଲରେନ ସାଞ୍ଚେଜଙ୍କୁ ତାଙ୍କ କମ୍ପାନୀର ରକେଟ ନ୍ୟୁ ସେପର୍ଡରେ...

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର, ଅପହରଣକାରୀ ଗିରଫ

ଭୁବନେଶ୍ୱର,୧୫।୪: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି।...

କଙ୍ଗୋରେ ପ୍ରବଳ ବର୍ଷା, ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ

କିନଶାସା,୧୫।୪: ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ (DRC)ର ଅନେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଦେଶର ରାଜଧାନୀ କିନଶାସା ସବୁଠାରୁ...

ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତ ହେଉଛି ଭାରତ, ବେଲଜିୟମ ଯିବ ଇଡି-ସିବିଆଇ ଟିମ୍‌

ନୂଆଦିଲ୍ଲୀ,୧୫।୪: ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଦଳ...

ଭାରତରେ ଦିଆଯିବ ଫାଶୀ? ଡରିଯାଉଛନ୍ତି ତହଉର, NIA ଅଧିକାରୀଙ୍କୁ ବାରମ୍ବାର ପଚାରୁଛନ୍ତି ଏହି ପ୍ରଶ୍ନ

ନୂଆଦିଲ୍ଲୀ,୧୫।୪: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତାହଉର ହୁସେନ ରାଣାଙ୍କୁ ପଚରାଉଚରା କରିବାର ଆଜି ପଞ୍ଚମ ଦିନ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଣା ଅଜମଲ...

କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ

ଭୁବନେଶ୍ୱର/ଗୁଡ଼ାରି, ୧୫।୪ (ରବିନାରାୟଣ ଜେନା/ପ୍ରମୋଦ କୁମାର ପତି): ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପିସିସି ସଭାପତି ଭକ୍ତ ଚରଣ...

ସକାଳୁ ସକାଳୁ ଆସିଲା ଆଉ ଏକ ଭୟଙ୍କର ଭୂକମ୍ପ, ପାହାଡ଼ରୁ ଖସିଲା ପଥର, ଦେଖନ୍ତୁ ଭିଡିଓ

କାଲିଫର୍ନିଆ,୧୫।୪: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ସୋମବାର (ଏପ୍ରିଲ ୧୪) ସକାଳେ ସାନ ଡିଏଗୋରେ ୫.୨ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଲସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image