Advertisement

ନିଖୋଜ ନାବାଳିକା ବେଙ୍ଗାଲୁରୁରୁ ଉଦ୍ଧାର

ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନସ୍ଥ କରପଡ଼ା ପଞ୍ଚାୟତ ଆଲିଆବାଦ ଗ୍ରାମର ଜଣେ ନାବାଳିକା କିଛି ଦିନ ହେବ ଘରୁ କେଉଁଆଡ଼େ ପଳାଇଥିଲେ। ଚାରିଆଡ଼େ ନିଜ ସମ୍ପକୀୟ ଘର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ଶେଷରେ ନାବାଳିକାଙ୍କ ମା’ ଗତ ୨ ତାରିଖରେ ଝିଅ ନିଖୋଜ ଥିବା ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନିଖୋଜ ନାବାଳିକାଙ୍କୁ ଖୋଜି ବାହାର କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଗଞ୍ଜାମ ଥାନା ପୋଲିସ। ନାବାଳିକା ଜଣକ ବାଙ୍ଗଲୋର ଷ୍ଟେଶନରେ ପହଞ୍ଚିବା ପରେ ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରି ସେଠାର ଚାଇଲ୍ଡ ହେଲ୍ପ ଲାଇନରେ ରଖିଥିଲା। ଏସମ୍ପର୍କରେ ନାବାଳିକା ନିଜ ମା’ଙ୍କୁ ଫୋନ୍‌ ଯୋଗେ ଜଣାଇବା ପରେ ଗଞ୍ଜାମ ଥାନା ସହ ଯୋଗାଯୋଗ କରିଥିଲେ। ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଗଞ୍ଜାମ ଥାନା ମହିଳା ଏଏସ୍‌ଆଇ ସୁପ୍ରଭା ସାହୁ ଓ କନଷ୍ଟେବଳ ସଚ୍ଚିଦାନନ୍ଦ ସାହୁ ଟ୍ରେନ୍‌ରେ ବେଙ୍ଗାଲୁରୁ ଯାଇଥିଲେ। ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରି ଗଞ୍ଜାମ ଥାନାରେ ପହଞ୍ଚି ତାଙ୍କ ମା’ଙ୍କୁ ନାବାଳିକା ଝିଅକୁ ସୋମବାର ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ଗଞ୍ଜାମ ଥାନା ପୋଲିସର କାର୍ଯ୍ୟଶୈଳୀକୁ ସହରବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share