ମଧ୍ୟାହ୍ନ ଭୋଜନ ନ ଆସିବାରୁ ଉତ୍ତେଜନା: ପରେ ଯାହା ଘଟିଲା….

ବାସୁଦେବପୁର,୨।୧୦(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ମନ୍ଦାରୀ ହରିଜନ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ନିମ୍ନମାନର ଦିଆଯାଉଥିବା ସହ ମଙ୍ଗଳବାର ନ ଆସିବାରୁ ୨ ସ୍କୁଲରେ ଉତ୍ତେଜନା ଦେଖାଦେଇଛି। ମଧ୍ୟାହ୍ନ ଭୋଜନ ଖାଦ୍ୟ ନ ଆସିବାରୁ ବିଦ୍ୟାଳୟରେ ଉପସ୍ଥିତ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଶନିବାରଠାରୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ନିମ୍ନମାନର ଦିଆଯାଉଥିବାରୁ ଏହି ବିବାଦ ଆରମ୍ଭ ହୋଇଛି। ସୋମବାର ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗଳବାର ମଧ୍ୟାହ୍ନଭୋଜନ ଖାଦ୍ୟ ନ ଆସିବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟାଳୟରେ ଖାଦ୍ୟ ରାନ୍ଧିବା ଓ ଏହି ରନ୍ଧା ଖାଦ୍ୟକୁ ଛାତ୍ରୀଛାତ୍ରଙ୍କୁ ଦିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ବିଦ୍ୟାଳୟରେ ଏପରି ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିବା ବେଳେ କେତେଜଣ ଅଭିଭାବକ ଓ ଗ୍ରାମବାସୀ ସେମାନଙ୍କ ପିଲାଙ୍କୁ ସ୍କୁଲରୁ ଘରକୁ ନେଇ ଯାଇଥିଲେ। ଏଥିସହ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଅପରାହ୍ନରେ ଏହି ଘଟଣା ଘଟିବା ପରେ ଶିକ୍ଷୟିତ୍ରୀ ଶିକ୍ଷକ ଅସୁରକ୍ଷିତ ମନେ କରି ବିଇଓଙ୍କ କାର୍ଯ୍ୟାଳୟରେ ଏନେଇ ଅଭିଯୋଗ କରିଛନ୍ତି।
ତଦନ୍ତ ପାଇଁ ଏବିଇଓ ଅମିୟ ମହାଳିକ ୨ ବିଦ୍ୟାଳୟରେ ପହଞ୍ଚତ୍ଥିଲେ। ଅଭିଭାବକ, ଗ୍ରାମବାସୀ ଓ ଶିକ୍ଷକମାନଙ୍କ ସମସ୍ୟାକୁ ବୁଝାଶୁଝା ମାଧ୍ୟମରେ ସମାଧାନ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଷ୍ଟାଲିନା ଭୋଇ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ସାହୁ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ଦାବି ହୋଇଛି।

Share