ପାଟଣା,୨୩ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ତେଣ୍ଡେରା ରାସ୍ତାର କରଞ୍ଜିଆପଡ଼ା ରିଜର୍ଭ ଫରେଷ୍ଟ ଶାଳ ଜଙ୍ଗଲ ମଧ୍ୟରୁ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ରବିବାର ସକାଳେ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ତେଣ୍ଡେରା ପଞ୍ଚାୟତ ନୂଆଗାଁର ଗୋବିନ୍ଦ ପଇଦା।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଗୋବିନ୍ଦ ଶନିବାର ସନ୍ଧ୍ୟାରୁ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ। ତାଙ୍କୁ କେହି ଦୁର୍ବୃତ୍ତ ମାରିଦେଇ ଜଙ୍ଗଲରେ ଫିଙ୍ଗି ଦେଇ ଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଅଣାଇ ତଦନ୍ତ କରାଇବା ପାଇଁ ସେମାନେ ଦାବି କରିଛନ୍ତି। ଘଟଣାସ୍ଥଳରେ ପାଟଣା ପୋଲିସ ପକ୍ଷରୁ ଥାନାଧିକାରୀ ସୋମନାଥ ଜେନା ଓ ଏସ୍ଆଇ ଶଙ୍କର ଅଲଦା ପହଞ୍ଚି ତଦନ୍ତ ଜାରି ରଲହିଛନ୍ତି। ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ତଦନ୍ତ ତ୍ୱରାନ୍ବିତ ହେବ।