ଅଧିକାରୀଙ୍କ ନିଖୋଜ କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ! ଚାଇନାର ରଣନୀତିରେ ପରିବର୍ତ୍ତନ…

ବେଜିଂ,୯।୮ : ଉଚ୍ଚ ପଦବୀର ଅଧିକାରୀମାନେ ଚାଇନାରେ କ୍ରମାଗତ ଭାବରେ ଅଦୃଶ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ହୋଇଯାଇଛି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିସିପି) ଏହାର ରଣନୀତି ବଦଳାଉଛି। ତେବେ ପିପୁଲ୍ସ ଲିବରେଶନ ଆର୍ମି ରକେଟ ଫୋର୍ସ ର ବରିଷ୍ଠ ଦୁଇଜଣ ଜେନେରାଲଙ୍କ ବଦଳାଇବା ଏବଂ ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କ ନିଖୋଜ ସମ୍ପର୍କରେ ସିସିପି ଅଧ୍ୟକ୍ଷ ତଥା ରାଷ୍ଟ୍ରପତି ଶି ଜିନପିଙ୍ଗ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦେଇନାହାଁନ୍ତି।

ଏଭଳି ପରିସ୍ଥିତିରେ ଅଧିକାରୀଙ୍କ ନିଖୋଜ ହେବା ଚାଇନାରେ ଦୁର୍ନୀତି ଅଭିଯୋଗର ଏକ ପୁରୁଣା ଢାଞ୍ଚାକୁ ପ୍ରତିଫଳିତ କରିଥାଏ।

ଉଲ୍ଲେଖନୀୟ କଥା ହେଉଛି, କିନଙ୍କୁ ଶେଷ ଥର ପାଇଁ ଜୁନ ୨୫ ରେ ଦେଖାଯାଇଥିଲା। ଏହା ପରେ ତାଙ୍କ ବିଷୟରେ କିଛି ଖବର ମିଳିଲା ନାହିଁ।

ଗ୍ୟାଙ୍ଗ ହେଉଛନ୍ତି ଚାଇନାର ସବୁଠାରୁ କମ ସମୟ ଧରି ପଦବୀରେ ଥିବା ବୈଦେଶିକ ମନ୍ତ୍ରୀ। ସେ କେବଳ ୨୦୭ ଦିନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତେବେ ସମଗ୍ର ବିଶ୍ୱ କିନ ଗ୍ୟାଙ୍ଗ ବିଷୟରେ ଜାଣିବାକୁ ଚାହୁଁଛି। ଗୋଟିଏ ସର୍ଚ୍ଚ ଇଞ୍ଜିନ ଜୁଲାଇ ମଧ୍ୟଭାଗରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଗ୍ୟାଙ୍ଗଙ୍କର ସନ୍ଧାନରେ ୫୦୦୦ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି।

 

Share