Categories: ଜାତୀୟ

୫ ବର୍ଷ ତଳେ କୁମ୍ଭମେଳାରେ ହଜିଥିଲେ ବୃଦ୍ଧା, ଏବେ ପାଇଲେ ପରିବାର ଲୋକେ

ଡେରାଡୁନ,୯।୪: ଉତ୍ତରାଖଣ୍ଡର ଋଷିକେଶରେ ଲୁହରେ ଆଖି ଭିଜିବା ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବୃଦ୍ଧା ଅଯୋଧ୍ୟା, ମଥୁରା, ବୃନ୍ଦାବନ, ଗଙ୍ଗା, ଯମୁନା, ବଦ୍ରିନାଥ ଏବଂ କେଦାରନାଥ ଯାତ୍ରା କରିବା ପରେ ଅର୍ଦ୍ଧକୁମ୍ଭ ମେଳା ଦେଖିବା ପାଇଁ ୨୧୦୬ରେ ହରିଦ୍ୱାରରେ ପହଞ୍ଚିଥିଲେ। ମାତ୍ର ଫେରିବା ପାଇଁ ଆଉ ରାସ୍ତା ପାଇଲେ ନାହିଁ। ପରିଜନମାନେ ବୃଦ୍ଧାଙ୍କୁ ଯେତେ ଖୋଜିଲେ ମଧ୍ୟ ତାଙ୍କ ପତ୍ତା ମିଳିଲା ନାହିଁ। ଏହା ପରେ ଆତ୍ମୀୟମାନେ ଉଦୟପୁର ଜିଳା ଯୋଗିୟା ଥାନାରେ କୃଷ୍ଣଦେବୀ ନିଖୋଜ ନେଇ ଏତଲା ଦେଇଥିଲେ। ଏହା ପରେ ବି କୃଷ୍ଣଦେବୀଙ୍କ ସମ୍ପର୍କରେ କୌଣସି ଖୋଜ ଖବର ମିଳିଲା ନାହିଁ। ଫଳରେ ପରିବାର ଲୋକେ ତାଙ୍କ ମୃତ ବୋଲି ମାନି ନେଇଥିଲେ। ମାତ୍ର ନିଖୋଜ କୃଷ୍ଣଦେବୀ ୫ ବର୍ଷ ପରେ ଜୀବିତ ଥିବା ପରିବାର ଲୋକେ ସୂଚନା ପାଇଥିଲେ। ସେ ଋଷିକେଶରେ ଥିବା ଜାଣିବାକୁ ପାଇ ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ।

ଏବେ ହରିଦ୍ୱାରରେ କୁମ୍ଭମେଳା ଚାଲିଛି। ପୋଲିସ ପକ୍ଷରୁ ଲୋକଙ୍କୁ ଯାଞ୍ଚ କରାଯାଉଛି। ଏହି ସମୟରେ କୃଷ୍ଣଦେବୀଙ୍କ ସମ୍ପର୍କରେ ପତ୍ତା ମିଳିଲା। ଯିଏକି ୨୦୧୬ ମସିହାରେ ହଜି ଯାଇଥିଲେ।

ପୋଲିସ ଏହାର ଯାଞ୍ଚ କରି ଉଦୟପୁର ଜିଲା ସିଦ୍ଧାର୍ଥନଗର ସହ ଯୋଗାଯୋଗ କରିଥିଲା ଏବଂ କୃଷ୍ଣଦେବୀଙ୍କ ସମ୍ପର୍କରେ ସୂଚନା ଦେଇଥିଲା। ପରିବାର ଲୋକ ସୂଚନା ପାଇ ଋଷିକେଶର ତ୍ରିବେଣୀ ଘାଟରେ ପହଞ୍ଚିଥିଲେ। କୃଷ୍ଣଦେବୀଙ୍କୁ ନେବା ପାଇଁ ତାଙ୍କ ପୁଅ ଦିନେଶ୍ୱର ପାଠକ, ସ୍ବାମୀ ଜ୍ୱାଲାପ୍ରସାଦ ଏବଂ ବୋହୂ ଉମା ଉପାଧ୍ୟାୟ ଋଷିକେଶ ଯାଇଥିଲେ। କୃଷ୍ଣଦେବୀଙ୍କୁ ପାଇଁ ପରିବାର ଲୋକଙ୍କ ଆଖିରୁ ଆନନ୍ଦାଶ୍ରୁ ବହି ଆସିଥିଲା।

Share