ମାସ୍କ ଚେକିଂ ବେଳେ ଧରାପଡ଼ିଲେ ୨୦ ବର୍ଷ ତଳର ହତ୍ୟାକାରୀ

ଓ୍ବାର୍ସ,୫।୧: ମାସ୍କ ନ ପିନ୍ଧିଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ ୨୦ ବର୍ଷ ତଳର ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ପୋଲାଣ୍ଡର ଓ୍ବାର୍ସ ସହରରେ।

ବେଇଲାନି ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା। ୪୫ ବର୍ଷୀୟ ଏହି ବ୍ୟକ୍ତି ଦୁଇ ଦଶନ୍ଧି ତଳେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଖସି ପଳାଇ ଥିଲେ। ତାଙ୍କୁ ୨୫ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିବା ଓ୍ବାର୍ସ ପୋଲିସ ପ୍ରବକ୍ତା ଏଲଓ୍ବିରା କୋଜଲଓ୍ବସ୍କ କହିଛନ୍ତି।

Share