କାଲିଠୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

ବାଣପୁର,୧୧ା୯(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଡ଼କୂଳ ପଞ୍ଚାୟତ ଅଶରୀପାଟଣା ଗ୍ରାମର ବାସୁଦେବ ନାୟକ(୪୦) ରବିବାର ପୂର୍ବାହ୍ନରୁ କେଉଁଆଡେ ଚାଲିଯାଇ ଘରକୁ ଫେରି ନ ଥିବା କହିଥିଲେ ତାଙ୍କ ପରିବାର ଲୋକେ। ତେବେ ଆଜି ସକାଳୁ ପାନ୍ଥନିବାସ ଜେଟି ବାହାର ପାର୍ଶ୍ୱରୁ ବାସୁଦେବଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଥିବା ବେଳେ ଜେଟି ନିକଟରୁ ପ୍ୟାଣ୍ଟ-ଶର୍ଟ ଚପଲ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବାସୁଦେବ ଜେଟି ନିକଟକୁ ଶୌଚ ହେବାକୁ ଆସିଥିବାବେଳେ ଅସାବଧାନତା ଯୋଗୁ ପଥରରେ ଗୋଡ଼ ଖସି ପାଣି ଭିତରକୁ ଚାଲିଯାଇ ମୃତ୍ୟୁ ଘଟିଛି। ବର୍ତ୍ତମାନ ଘଟଣାସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ନେଇଛନ୍ତି।

Share