Advertisement

ଧନୁଯାତ୍ରା ଦେଖିବାକୁ ଆସି ନିଖୋଯ ଥିଲେ ଯୁବତୀ: ୪୮ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର, ଗଣ ବଳାତ୍କାର ସନ୍ଦେହ

ବରଗଡ଼ ୧୪।୧(ପ୍ରେମାନନ୍ଦ ଖମାରୀ):ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଛି। ତେବେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ। ଯାହା ସବୁଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଧନୁଯାତ୍ରା ମହୋତ୍ସବ ଦେଖିବା ପାଇଁ ଯାଇ ଜଣେ ଯୁବତୀ ନିଖୋଜ ଥିଲେ। ତେବେ ଯୁବତୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିଖୋଜର ପ୍ରାୟ ୪୮ଘଣ୍ଟା ପରେ ବରଗଡ଼ ବ୍ଲକ କୁର୍ଲା ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ରହଛି। ସମ୍ପୃକ୍ତ ଯୁବତୀଙ୍କ ପ୍ରତି ପାଶବିକ ଅତ୍ୟାଚାର ହୋଇଥିବା ଅନୁମାନ ହେଉଛି। ତାଙ୍କୁ ବୁର୍ଲା ଭୀମସାର ମେଡ଼ିକାଲକୁ ନିଆଯାଇଛି। ଏ ସମ୍ପର୍କରେ ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କୁ ପଚାରିବାରୁ ସେଭଳି କିଛି ହୋଇ ନହିଁ ବୋଲି ଡାକ୍ତରମାନେ କହୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share