Categories: ଜାତୀୟ

ମିଶନ ୨୦୨୨: ଭାଜପାକର୍ମୀଙ୍କୁ ୧୦୦ ଦିନର ହୋମ୍‌ ଓ୍ବାର୍କ…

ଲକ୍ଷ୍ନୌ,୨୮।୯:ଆସନ୍ତା ୨୦୨୨ ବର୍ଷରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ପଶ୍ଚିମ ଉତ୍ତରପ୍ରଦେଶରେ ଭାଜପା କର୍ମୀଙ୍କୁ ୧୦୦ ଦିନର ହୋମ୍‌ ଓ୍ବାର୍କ ଦିଆଯାଇଛି। ଭାଜପା ହାଇକମାଣ୍ଡଙ୍କ ପକ୍ଷରୁ ଅକ୍ଟୋବରଠାରୁ ୨୦୨୧ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଏଭଳି ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅଞ୍ଚଳର ୧୪ଟି ଜିଲାରେ ଭାଜପା କର୍ମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ସୁସଂଗଠିତ କରିବେ।

ପଶ୍ଚିମ ଉତ୍ତରପ୍ରଦେଶର ନିର୍ବାଚନ ପ୍ରଭାରୀ ତଥା କରନାଲ ଏମ୍‌ପି ସଞ୍ଜିବ ଭାଟିଆ, ପ୍ରଭାରୀ ଜି.ପି.ଏସ୍‌. ରାଠୋର ଏବଂ ଉତ୍ତରପ୍ରଦେଶ ଅଧ୍ୟକ୍ଷ ମୋହିତ ବେନିଓ୍ବାଲଙ୍କ ମଧ୍ୟରେ ହୋଇଥିବା ବୈଠକରେ କର୍ମୀଙ୍କୁ ଆବଶ୍ୟକ ଦାୟିତ୍ୱ ପ୍ରଦାନ ଚୂଡ଼ାନ୍ତ ହୋଇଛି।

Share