Categories: ଜାତୀୟ

ମିଶନ ୨୦୨୨, ଭୂପେନ୍ଦ୍ରଙ୍କ ଟିମ୍‌ରେ ୨୪ ନୂଆ ମନ୍ତ୍ରୀ…

ଅହମଦାବାଦ,୧୬।୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟ୍‌ ଟିମ୍‌ରେ ୨୪ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଗୁରୁବାର ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୨୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୧୦ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଥିବାବେଳେ ୧୪ ଜଣ ରାଷ୍ଟ୍ରନ୍ତ୍ରୀଙ୍କୁ ସାମିଲ କରାଯାଇଛି।

ନୂଆ ମନ୍ତ୍ରିମଣ୍ଡଳରେ କୌଣସି ପୁରୁଣା ମନ୍ତ୍ରୀଙ୍କୁ ସାମିଲ୍‌ କରାଯାଇ ନାହିଁ। ପୁରୁଣା ମନ୍ତ୍ରିମଣ୍ଡଳରେ ଥିବା ଉପମୁଖ୍ୟମନ୍ତ୍ରୀ ନିତୀନ ପଟେଲଙ୍କୁ ମଧ୍ୟ ବିଦା କରାଯାଇଛି।ମନ୍ତ୍ରିମଣ୍ଡଳରେ ମନୀଷା ଓ୍ବକିଲ, ନିମିଶା ବେନ ଏବଂ କିର୍ତ୍ତୀ ବାଘେଲା ପ୍ରମୁଖ ୩ ଜଣ ମହିଳା ସାମିଲ ହୋଇଛନ୍ତି। ସେମାନଙ୍କ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।

ସେହିପରି ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ଇସ୍ତଫା ଦେଇ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନିମା ଆଚାର୍ଯ୍ୟଙ୍କୁ ନୂଆ ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି।

ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମିଶନ ୨୦୨୨ ଅନ୍ତର୍ଗତ ନୂଆ ମନ୍ତ୍ରୀଙ୍କୁ ସାମିଲ୍‌ କରାଯାଇଛି।

କ୍ୟାବିନେଟ୍‌ ମନ୍ତ୍ରୀ

୧. ରାଜେନ୍ଦ୍ର ତ୍ରିବେଦୀ
୨. ଜିତେନ୍ଦ୍ର ଓ୍ବଘାନି
୩. ହୃଷିକେଶ ପଟେଲ
୪. ପୂର୍ଣ୍ଣଶ କୁମାର ମୋଦି
୫. ରାଘବ ପଟେଲ
୬. ଉଦୟ ସିଂ ଚୌହ୍ବାନ
୭. ମୋହନଲାଲ ଦେଶାଇ
୮. କିରିଟ ରାଣା
୯. ଗଣେଶ ପଟେଲ
୧୦. ପ୍ରଦୀପ ପରମାର

ରାଷ୍ଟ୍ରମନ୍ତ୍ରୀ

୧୧. କଠୋର ସାଙ୍ଗଓ୍ବୀ
୧୨. ଜଗଦୀଶ ଇଶ୍ୱର
୧୩. ବ୍ରିଜେଶ ମିର୍ଜା
୧୪. ଜିତୁ ଚୌଧୁରୀ
୧୫. ମନୀଷା ଓ୍ବକିଲ
୧୬. ମୁକେଶ ପଟେଲ
୧୭. ନିମିଶା ବେନ
୧୮. ଅରବିନ୍ଦ ରାୟାନୀ
୧୯. କୁବେର ଢିଣ୍ଡୋର
୨୦. କିର୍ତ୍ତୀ ବାଘେଲା
୨୧. ଗଜେନ୍ଦ୍ର ସିଂ ପରମାର
୨୨. ରାଘବ ମାକୱାନା
୨୩. ବିନୋଦ ମାରୋଡିଆ
୨୪. ଦେବ ଭାଇ ମାଲଓ୍ବ

Share