Categories: ଜାତୀୟ

ବଂଶବାଦକୁ ହଟାଇ ଗୋଟିଏ ପରିବାର ଗୋଟିଏ ଟିକେଟ ନୀତି ଆପଣେଇବ ଭାଜପା

ନୂଆଦିଲ୍ଲୀ,୨୭ ।୫: ଭାରତୀୟ ଜନତା ପାର୍ଟି(ଭାଜପା) ୨୦୨୪ ଲୋକ ସଭା ନିର୍ବାଚନରେ ବଂଶବାଦ-ପରିବାରବାଦକୁ ବଡ ନିର୍ବାଚନୀ ମୁଦ୍ଦା କରିବା ଯୋଜନାରେ ରହିଛି । ଦଳ ଆଗାମୀ ବିଧାନସଭା ନିର୍ବାଚନରେ ‘ଗୋଟିଏ ପରିବାର ଗୋଟିଏ ଟିକେଟ’ର ଫୁର୍ମଲା ଲାଗୁ କରିବ । ଆସନ୍ତା ନିର୍ବାଚନ ପଯ୍ୟନ୍ତ ଦଳ ଏଥିପାଇଁ ମଜଭୁତ ନିୟମ ପ୍ରସ୍ତୁତ କରିବ । ତେବେ ଏହି ମୁଦ୍ଦାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଦଳକୁ ସଜାଡିବାକୁ ଚାହୁଁଛି ଭଜେପା ।

ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଲୋକ ସଭା ନିର୍ବାଚନରେ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ଉଚ୍ଚ ସ୍ତରୀୟ ବୈଠକରେ ବଂଶବାଦ-ପରିବାରବାଦ ରାଜନୀତି ବିରୋରେ ଏକ ବଡ ଅଭିଯାନ ଆରମ୍ଭ କରିବା କଥା କହିଥିଲେ । ନିକଟରେ ହୋଇଥିବା ନିର୍ବାଚନରେ ଦଳ ଏଥିରୁ ଉପକୃତ ହୋଇଛି ବୋଲି ସେ ବିଶ୍ୱାସ କରନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ ନିକଟରେ ସମସ୍ତ କାର୍ଯ୍ୟକ୍ରମରେ ପରିବାରବାଦ ରାଜନୀତିକୁ ନେଇ ଟିପ୍ପଣି କରିଛନ୍ତି ।
ତେବେ ଭାଜପାରେ ଗୋଟିଏ ପରିବାରର ଏକରୁ ଅଧିକ ସଦସ୍ୟ ରାଜନୀତିରେ ଅଛନ୍ତି । କିଛି ପରିବାରରେ ବିଧାନସଭା ଓ ଲୋକ ସଭାରେ ପ୍ରତିନିଧି ବି ରହିଛନ୍ତି । ଯଦିଓ ଦଳ ବିଶ୍ୱାସ କରେ ଯେ ଏହି ପରିସର ସୀମିତ ଏହାକୁ ଆଗକୁ ଆହୁରି ସିମିତ କରିବାକୁ ଉପାୟ ପ୍ରସ୍ତୁତ ହେଉଛି ।
ଏହାସହ ଦଳରେ ପରିବାରବାଦର ମହତ୍ୱ ନ ଥିବାର ଅନେକ ଉଦାହରଣ ବି ରହିଛି । ଉଦାହରଣ ସ୍ୱରୂପ, ଏଲ. କେ. ଆଡଭାନୀ, ମୁରଲି ମନୋହର ଯୋଶୀ, ଅରୁଣ ଜେଟଲି, ସୁଷମା ସ୍ୱରାଜ, ଅନନ୍ତ କୁମାରଙ୍କ ପରିବାରର କୌଣସି ସଦସ୍ୟ ରାଜନୀତିରେ ନାହାନ୍ତି ।

Share