ବଲିଉଡ୍ର ଆକ୍ସନ ହିରୋ ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି। ତେବେ ତାଙ୍କର ନୂଆ ଫିଲ୍ମ ‘ମିଶନ ସିଣ୍ଡ୍ରେଲା’କୁ ନେଇ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।
ଖବର ଅନୁଯାୟୀ, ଅକ୍ଷୟ କୁମାର ତାଙ୍କର ‘ମିଶନ ସିଣ୍ଡ୍ରେଲା’ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ବିପୁଳ ପରିମାଣରେ ବିକ୍ରି କରିଛନ୍ତି। ଯଦି ଏହି ତଥ୍ୟ ସତ୍ୟ ହୋଇଥାଏ, ତେବେ ଦର୍ଶକ ଘରେ ବସି ‘ମିଶନ ସିଣ୍ଡ୍ରେଲା’କୁ ଉପଭୋଗ କରିପାରିବେ।
ସୂଚନା ଅନୁଯାୟୀ, ଡିଜନି ହଟଷ୍ଟାରରେ ରଣଜିତ୍ ତିୱାରୀଙ୍କ ନିର୍ଦ୍ଦେଶିତ ‘ମିଶନ ସିଣ୍ଡ୍ରେଲା’ ରିଲିଜ ପାଇଁ ପ୍ରସ୍ତୁତି ଚାଲିଛି। ଏହି ଫିଲ୍ମର ରାଇଟ୍ସକୁ ନିର୍ମାତା ବହୁ ପରିମାଣରେ ଓଟିଟି ପ୍ଲାଟଫର୍ମରେ ବିକ୍ରି କରିବାକୁ ଯାଉଛନ୍ତି। ‘ମିଶନ ସିଣ୍ଡ୍ରେଲା’ର ପ୍ରଯୋଜକ ବାସୁ ଏବଂ ଜ୍ୟାକି ଭଗ୍ନାନୀ ଏହାର ରାଇଟ୍ସକୁ ଓଟିଟି ପ୍ଲାଟଫର୍ମରେ ୧୩୫ କୋଟିରେ ବିକ୍ରି ହେବ ବୋଲି ଚର୍ଚ୍ଚା ହେଉଛି।