Categories: ଜାତୀୟ

ମିଶନ ଫିଲ୍ମ ସିଟି: ମୁମ୍ବାଇ ପହଞ୍ଚିଲେ ଆଦିତ୍ୟନାଥ

ମୁମ୍ବାଇ,୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶରେ ଏକ ଫିଲ୍ମ ସିଟି ନିର୍ମାଣ ପାଇଁ ସେ ବଲିଉଡ୍‌ର କେତେକ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହିତ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏପରି କରି ଭାଜପା ମହାରାଷ୍ଟ୍ରରେ ରାଜନୈତିକ ମିଶନ କରିବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ଆଦିତ୍ୟନାଥଙ୍କ ମିଶନ ଫିଲ୍ମ ସିଟିକୁ ନେଇ ଏନ୍‌ସିପି ଏମ୍‌ପି ସୁପ୍ରିୟା ସୁଲେ କହିଛନ୍ତି ଯେ, ଏହା ସ୍ବାଗତ ଯୋଗ୍ୟ ପଦକ୍ଷେପ। କେନ୍ଦ୍ର ସରକାର ମୁମ୍ବାଇର ଗୁରୁତ୍ୱକୁ ଉପଲବ୍ଧି ନ କରିଥିବାବେଳେ ଉତ୍ତରପ୍ରଦେଶରେ ବଲିଉଡ୍‌ ଢାଞ୍ଚାରେ ଫିଲ୍ମ ସିଟି ନିର୍ମାଣ ଅଭିଯାନ ଅତ୍ୟନ୍ତ ଖୁସିର ବିଷୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଦିତ୍ୟନାଥ ବୁଧବାରଠାରୁ ବଲିଉଡ୍‌ର ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହିତ ସାକ୍ଷାତ୍‌ କରିବେ।

Share