ମିଶନ କର୍ମଯୋଗୀ, ପ୍ରଶାସନିକ ସେବାକୁ କରିଛି ସୁଦୃଢ଼: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮: ପ୍ରଶାସନିକ ସେବାକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମିଶନ କର୍ମଯୋଗୀ ଯୋଗୁ ସୁଫଳ ମିଳିପାରିଛି। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଦ୍ୱାରା ସିଭିଲ୍‌ ସର୍ଭିସ୍‌ କାପାସିଟି ବିଲ୍ଡିଂ ସମ୍ଭବ ହୋଇ ପାରିଥିବା ନେଇ ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦି ଏଭଳି କହିଛନ୍ତି। ଏହା ଦ୍ୱାରା ଦେଶର ଲକ୍ଷ୍ୟ ହାସଲ ସହଜ ହୋଇପାରିଛି। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ସହିତ ଡିଜିଟାଲ ଜ୍ଞାନକୌଶଳ ମାଧ୍ୟମରେ ଗଭର୍ନାସ୍‌ ପ୍ରକିୟା ସହଜ ହୋଇପାରିଛି। ଉତ୍ତମ ପ୍ରଶାସନିକ ସେବା ଦ୍ୱାରା ଶିକ୍ଷାଠାରୁ ଆରମ୍ଭ କରି ଦେଶରୁ ଦାରିଦ୍ର୍ୟ ଦୂରୀକରଣ ସମ୍ଭବ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share