ଏହି ଦିନ ରିଲିଜ୍‌ ହେବ ‘ମିଶନ ମଜ୍‌ନୁ’

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ରଶ୍ମିକା ମନ୍ଦାନାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ମିଶନ ମଜ୍‌ନୁ’କୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ମିଳିଥିଲା। ବର୍ତ୍ତମାନ ଏହି ସପ୍ତାହରେ ପ୍ରଶଂସକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ସିଦ୍ଧାର୍ଥ ଏବଂ ରଶ୍ମିକାଙ୍କ ଫିଲ୍ମ ‘ମିଶନ ମଜ୍‌ନୁ’ ଜାନୁୟାରୀ ୧୯ରେ ଓଟିଟି ପ୍ଲାର୍ଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।
‘ମିଶନ ମଜ୍‌ନୁ’ ରେ ସିଦ୍ଧାର୍ଥଙ୍କୁ ଜଣେ ର ଏଜେଣ୍ଟ ଭୂମିକାରେ ନଜର ଆସିବେ, ଯିଏ ଏକ ମିଶନ ଶେଷ କରିବାକୁ ପାକିସ୍ତାନ ଯାଇଛନ୍ତି ଏବଂ ସେହି ମିଶନରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ରୋମାନ୍ସ କରୁଥିବା ନଜର ଆସିବେ। ଏହି ରୋମାନ୍ସ ସହିତ ଫିଲ୍ମରେ ଜବରଦସ୍ତ ଆକ୍ସନ ମଧ୍ୟ ରହିଛି। ସିଦ୍ଧାର୍ଥ ଏବଂ ରଶ୍ମିକାଙ୍କ ବ୍ୟତୀତ ପରମିତ ସେଠୀ, ଶରିବ ହାଶ୍ମୀ ଏବଂ ମୀର ସାରଓ୍ବାରଙ୍କ ଭଳି କଳାକାର ନଜର ଆସିବେ। ଶାନ୍ତନୁ ବାଗ୍‌ଚି ଏହି ନିର୍ଦ୍ଦେଶନା ଦେଇଛନ୍ତି।

Share