ଟୋରୋଣ୍ଟୋ,୨।୫: କାନାଡାର ସହର ଟୋରୋଣ୍ଟୋରେ ‘ରେଡିଓ ଡିସୁମ’ ଓ ‘କନସଲେଟ ଜେନରାଲ ଅଫ ଇଣ୍ଡିଆ, ଟୋରୋଣ୍ଟୋ’ର ସହଯୋଗରେ ପ୍ରଥମ କରି ‘ ମିଲେଟ ମେଳା’ ଓ ‘ସ୍ବରାଜ-ସ୍ବତନ୍ତ୍ରତା କି ଗାଥା’ର ଆୟୋଜନ ରବିବାର ଅର୍ଥାତ୍ ୩୦ ଏପ୍ରିଲରେ ବଡ ଧୁମଧାମରେ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭ ପରମ୍ପରାଗ ଢଙ୍ଗରେ ଦୀପଜାଳି କରାଯାଇଛି। କାର୍ଯ୍ୟକ୍ରମରେ ଭାରତର ୨୮ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ ୪୦ ପ୍ରକାରର ମିଲେଟ ବା ମାଣ୍ଡିଆରୁ ପ୍ରସ୍ତୁତ ବ୍ୟଞ୍ଜନ ସାମିଲ ହୋଇଥିଲା।
ସମସ୍ତ ହୋମ କୁକ୍ସ ନିଜର ପରମ୍ପରାଗତ ପୋଷାକରେ ସୁସଜ୍ଜିତ ଥିଲେ ଓ ସମସ୍ତଙ୍କ ଖାଦ୍ୟର ପ୍ରସ୍ତୁତିରେ ଆଞ୍ଚଳିକ ପ୍ରଭାବ ଦେଖାଯାଇଥିଲା। ପ୍ରାୟ ୫୦୦ରୁ ଅଧିକ ଅମାନ୍ତ୍ରିତ ଅତିଥି ଖାଦ୍ୟ ପାନୀୟର ଆନନ୍ଦ ନେଇଥିଲେ। ସମସ୍ତେ ମିଲେଟରେ ପ୍ରସ୍ତୁତ ବ୍ୟଞ୍ଜନ ଓ ବିଭିନ୍ନ ରାଜ୍ୟର ଏତେ ପରିମାଣର ଡିଶେଜ ଦେଖି ଓ ଖାଇ ବହୁତ ଖୁସି ହୋଇଥିଲେ। ଏହାପରେ ସମସ୍ତ ହୋମ କୁକ୍ସ ଏକ ନିଆରା ଫ୍ୟାଶନ ଶୋ’ର ଆୟୋଜନ କରିଥିଲେ। ଉପସ୍ଥିତ ଜନତାଙ୍କ କରତାଳି ସ୍ପଷ୍ଟ କରୁଥିଲା କି ଏମାନେ କେତେ ପରିମାଣାରେ ଉତ୍ସାହିତ ଥିଲେ।