Categories: ଜାତୀୟ

ଚନ୍ଦ୍ରାୟାନ ପ୍ରତି ବିପଦ! ନଷ୍ଟ ହୋଇଯିବ ବିକ୍ରମ-ପ୍ରଜ୍ଞାନ, କହିଲେ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୨୫।୮: ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଭାରତ। ଚନ୍ଦୟାୟାନ-୩ର ଅବତରଣ ପରେ ପ୍ରାୟ ୨ଘଣ୍ଟା ୩୦ମିନିଟ୍‌ ପରେ ରୋଭର ପ୍ରଜ୍ଞାନ ବିକ୍ରମରୁ ବାହାରିଥିଲା। ତେବେ ଇସ୍ରୋ ଲ୍ୟାଣ୍ଡିଂ ପରେ ଚନ୍ଦ୍ରାୟାନର ସଦ୍ୟତମ ଅପଡେଟ୍‌ ଦେଇ ଆସୁଛି। ଉଭୟ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଠିକ୍‌ ରୂପେ କାମ କରୁଛନ୍ତି ବୋଲି ଇସ୍ରୋ କହିଛି। ତେବେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟାନ ପ୍ରତି ବିପଦ ଅଛି ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି।

ଇସ୍ରୋ ମୁଖ୍ୟ ଏସ୍‌ ସୋମାନଥ କହିଛନ୍ତି , ଚନ୍ଦ୍ରରେ ବାୟୁମଣ୍ଡଳ ନାହିଁ। ଏପରି ପରିସ୍ଥିତିରେ, ଯେକୌଣସି ବସ୍ତୁ ଚନ୍ଦ୍ରୟାନକୁ ଧକ୍କା ଦେଇପାରେ କିମ୍ବା ଏହା ମଧ୍ୟ ଧକ୍କା ଦେଇପାରେ। ଏହା ବ୍ୟତୀତ ଥର୍ମାଲ ସମସ୍ୟା ଏବଂ ଯୋଗାଯୋଗ ବ୍ଲାକଆଉଟ ସମସ୍ୟା ମଧ୍ୟ ଆସିପାରେ। ସେହିପରି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନ ୩ ସହିତ ଆଷ୍ଟ୍ରୋଏଡ କିମ୍ବା ଅନ୍ୟ କୌଣସି ବସ୍ତୁ ଅତି ଦ୍ରୁତ ଗତିରେ ଧକ୍କା ଦେଲେ ଉଭୟ ଲ୍ୟାଣ୍ଡର ଏବଂ ରୋଭର ନଷ୍ଟ ହୋଇଯିବ ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି।

Share