ନୂଆଦିଲ୍ଲୀ,୨୧।୧୧: ଭାଜପାର ମିଶନ ତାମିଲନାଡୁ ଆରମ୍ଭ ହୋଇଛି। ଏହି ମର୍ମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିବାର ଯୋଜନା ରହିଛି। ବିହାରରେ ଭାଜପା ନିଜର ସ୍ଥିତି ସୁଦୃଢ଼ କରିବା ପରେ ଏବେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଉପରେ ନଜର ରଖିଛି। ୨୦୨୧ରେ ଏହି ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରଜନୀକାନ୍ତ ପୂର୍ବରୁ ବହୁଥର ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିସାରିଛନ୍ତି। ରଜନୀକାନ୍ତ ଭାଜପାରେ ସାମିଲ ହେଲେ ରାଜ୍ୟରେ ଏକ ନୂଆ ବିକଳ୍ପ ଖୋଲିବ ବୋଲି ଭାଜପାର ବରିଷ୍ଠ ଅଧିକାରୀ ଚିନ୍ତା କରୁଛନ୍ତି। ଏବେ ଏହାକୁ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଜାରି ରହିଛି।