ରାଉରକେଲା,୧୨ା୧୧(ଡି.ଏନ୍.ଏ.): ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଭୁଲ ରକ୍ତ ପ୍ରଦାନ ଯୋଗୁ ରାରକେଲା ସରକାରୀ ଡାକ୍ତରଖାନା ମହିଳା ମେଡିଶିନ୍ ଓ୍ବାର୍ଡରେ ବେଡ୍ ନମ୍ବର ୧୫୮ରେ ଚିକିତ୍ସିତ ସରୋଜିନୀ କାଖ୍(୨୫) ଚିକିତ୍ସିତ ହେଉଥିଲେ। ଗତ ୧୦ ତାରିଖରେ ସିକ୍ଲିନ୍ ରୋଗ ପାଇଁ ତାଙ୍କୁ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୧ ତାରିଖ ପୂର୍ବାହ୍ନ ୧୧.୩୦ରେ ତାଙ୍କୁ ଏକ B+ ରକ୍ତ ଦିଆଯାଇଥିଲା। କିନ୍ତୁ ତାଙ୍କର ପ୍ରକୃତ O+ ରକ୍ତ ବୋଲି ତାଙ୍କ ଭଉଣୀ ଅଞ୍ଜନା କାଖ୍ ସୂଚନା ଦେଇଛନ୍ତି। ଏହି ଭୁଲ ବ୍ଲଡ୍ ଯୋଗୁ ମୋ ଭଉଣୀଙ୍କ ଜୀବନ ଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଆଜି ରାଉରକେଲା ସରକାରୀ ଡାକ୍ତରଖାନା ନିର୍ଦ୍ଦେଶକ ଡା. ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଯୋଗୁ ଅଭାବନୀୟ ଘଟଣା ଘଟିଛି ସେଥିପାଇଁ ଆମେ ଏକ ୫ ଜଣିଆ ସ୍ବତନ୍ତ୍ର ଟିମ୍ ଗଠନ କରିଛୁ। ତଦନ୍ତରେ ଯିଏ ଦୋଷୀ ତାଙ୍କ ପ୍ରତି ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ।