ଆଇନର ଅପବ୍ୟବହାର

ମହାରାଷ୍ଟ୍ରର ଭୀମା କୋରେଗାଁଓ ଘଟଣାର ପ୍ରଥମ ଗିରଫଦାରିକୁ ଚଳିତ ମାସରେ ୫ ବର୍ଷ ଚାଲିଲା। ଏହି ଘଟଣାରେ ମୋଟରେ ୧୬ ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଫାଦର ଷ୍ଟାନ୍‌ ସ୍ବାମୀ, ଯାହାଙ୍କର ଜେଲରେ ମୃତ୍ୟୁ ଘଟିଲା। ଅନ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ସୁଦ୍ଧା ଜେଲରେ ଅଛନ୍ତି। ବିଶେଷକରି ଭୀମା କୋରେଗାଁଓ ମାମଲାରେ ଗିରଫ ହୋଇଥିବା ଆକ୍ଟିଭିଷ୍ଟମାନଙ୍କ ମଧ୍ୟରେ ଅଛନ୍ତି ଶିକ୍ଷାବିତ୍‌, ପ୍ରଫେସର, ଆଇନଜୀବୀ, କବି ଓ ସମାଜସେବୀ। ସେମାନଙ୍କ ବିରୋଧରେ ଅଭିଯୋଗ ହେଉଛି ସେମାନେ ଦେଶବିରୋଧୀ କାର୍ଯ୍ୟକଳାପରେ ଲିପ୍ତ। ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଅଭିଯୋଗ ପରେ ମାମଲାକୁ ବୁଲେଇ ଦିଆଯାଇ ସେଥିରେ ସରକାରକୁ ଭାଙ୍ଗିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପ୍ରୟାସର ଅଭିଯୋଗକୁ ସାମିଲ କରାଗଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପାର ଯେତେବେଳେ ପରାଜୟ ଘଟିଲା, ସେତେବେଳେ ଏହି ମାମଲାକୁ ପୁଣେ ପୋଲିସଠାରୁ କାଢି ନିଆଗଲା। ୨୮ ନଭେମ୍ବର ୨୦୧୯ରେ ଉଦ୍ଧବ ଠାକ୍‌ରେ କ୍ଷମତାକୁ ଆସିଲେ। ୨୪ ଜାନୁୟାରୀ ୨୦୨୦ରେ ଏହି ମାମଲାକୁ ଏନ୍‌ଆଇଏକୁ ଦିଆଯାଇଛି ବୋଲି କେନ୍ଦ୍ର ମହାରାଷ୍ଟ୍ରକୁ କହିଥିଲା। ଏହିସବୁ ବିଷୟରେ ଅଭିଯୁକ୍ତମାନଙ୍କ ପ୍ରତି ସରକାରଙ୍କ ଦୁର୍ବ୍ୟବହାର ହିଁ ନିହିତ ଅଛି। ଗଣମାଧ୍ୟମ କମ୍ପାନୀ ନ୍ୟୁଜ ଲଣ୍ଡ୍ରି ଦୁର୍ବ୍ୟବହାରଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଛି।
ଷ୍ଟାନ୍‌ ସ୍ବାମୀ ପାର୍କିନ୍‌ସନରେ ପୀଡ଼ିତ ଥିଲେ ଏବଂ ତାଙ୍କୁ ଅନେକ ସପ୍ତାହ ଧରି ଏକ ଗ୍ଲାସ୍‌ ଓ ସିପର୍‌ ଷ୍ଟ୍ର ବ୍ୟବହାର ପାଇଁ ଅନୁମତି ଦିଆଯାଇ ନ ଥିଲା। ସୋମା ସେନ୍‌ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଓ ସେ ଜେଲରେ କମୋଡ ବ୍ୟବହାର କରିବା କଷ୍ଟକର ହୋଇପଡ଼ିଲା। ତାଙ୍କ ଝିଅ ଏକ କମୋଡ ଆଣିଥିଲେ କିନ୍ତୁ ତାହାକୁ ମନା କରିଦିଆଗଲା। ସୁରେନ୍ଦ୍ର ଗାଡ୍‌ଲିଙ୍ଗ ୟୁଏପିଏ ଓ ଆଇଟି ଆକ୍ଟର ବହି ସମେତ ଅନ୍ୟସବୁ ବହି ଓ ଲେଖିବାକୁ କଛି କାଗଜ ଏବଂ ସ୍ବାମୀ ବିବେକାନନ୍ଦଙ୍କ ଲିଖିତ ୪ଟି ବହି ପାଇଁ କହିଥିଲେ। କିନ୍ତୁ ସରକାର ଏହାକୁ ଦୃଢ ବିିରୋଧ କଲେ। ତେବେ କୋର୍ଟ ବହି ଆଣିବା ଲାଗି ଅନୁମତି ଦେଇଥିଲେ ବି ଜେଲ କର୍ତ୍ତୃପକ୍ଷ ସେହି ବହିଗୁଡ଼ିକୁ ଗାଡଲିଙ୍ଗଙ୍କୁ ଦେବା ଲାଗି ଅନୁମତି ଦେଇ ନ ଥିଲେ। ଏପରିକି କୋର୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ତାଙ୍କୁ ଏକ ସ୍ବେଟର ଦେବା ଲାଗି ଅନୁମତି ଦେଇ ନ ଥିଲେ। ବରଂ ତାଙ୍କୁ କୁହାଯାଇଥିଲା ଯେ,ଉଲ୍‌ ସ୍ବିଟର ନୁହେଁ କେବଳ ଥର୍ମାଲ ସ୍ବେଟର ପାଇଁ ଅନୁମତି ଦିଆଯିବ। ଯେତେବେଳେ ଗାଡ୍‌ଲିଙ୍ଗଙ୍କ ସ୍ତ୍ରୀ ତାଙ୍କ ପାଇଁ ଏକ ଫୁଲ୍‌ ଥର୍ମାଲ ସ୍ବେଟର ଆଣିଲେ ସେତେବେଳେ ତାହାକୁ ଅନୁମତି ନଥିବା କଥା କହିଥିଲେ ଏବଂ କେବଳ ହାଫ୍‌ ସ୍ଲିଭଡ୍‌ ସ୍ବେଟରକୁ ଅନୁମତି ଥିବା କହିଥିଲେ। ଜେଲରେ ୭୦ ବର୍ଷୀୟ ନଭଲାଖାଙ୍କ ଚଷମା ଚୋରି ହୋଇଗଲା। ବିନା ଚଷମାରେ ସେ ବାସ୍ତବରେ କିଛି ଦେଖିପାରନ୍ତି ନାହିଁ। ଆଉ ଏକ ଚଷମା ପାଇଁ କଲ୍‌ କରିବାକୁ ତାଙ୍କୁ ୩ ଦିନଯାଏ ଅନୁମତି ଦିଆଯାଇ ନ ଥିଲା। ତାଙ୍କ ପାର୍ଟନର ଜେଲକୁ ଚଷମା ପଠାଇଲେ ବି ଜେଲ କର୍ତ୍ତୃପକ୍ଷ ତାହାକୁ ଗ୍ରହଣ କରିବାକୁ ମନା କରିଦେଲେ। ଗାଡ୍‌ଲିଙ୍ଗଙ୍କ ମା’ଙ୍କ ମୃତ୍ୟୁ ହେଲା ପରେ ଅନ୍ତିମ ସଂସ୍କାରକୁ ଯିବା ଲାଗି ସେ ଆବେଦନ କରିଥିଲେ। କିନ୍ତୁ ଆବେଦନ ପତ୍ରରେ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ନ ଥିବାରୁ ତାଙ୍କ ମୃତ୍ୟୁକୁ ଏନ୍‌ଆଇଏ ଗ୍ରହଣ କରିବ ନାହିଁ ବୋଲି କୁହାଯାଇଥିଲା ଏବଂ ସେହି ଆଧାରରେ ଗାଡ୍‌ଲିଙ୍ଗଙ୍କ ଆବେଦନକୁ ଗ୍ରହଣ କରାଯାଇ ନ ଥିଲା। ଲକ୍‌ଡାଉନ ଯୋଗୁ ତାଙ୍କ ପରିବାର ପ୍ରମାଣପତ୍ର ପାଇପାରି ନ ଥିଲେ। ପରେ ଯେତେବେଳେ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରାଗଲା ସେତେବେଳେ ଏନ୍‌ଆଇଏ କହିଲା, ଯେହେତୁ ଅନ୍ତିମ ସଂସ୍କାର ଶେଷ ହୋଇଯାଇଛି, ସେଥିପାଇଁ ତାଙ୍କୁ ସାମୟିକ ଭାବେ ଛାଡ଼ିବାର କୌଣସି କାରଣ ନାହିଁ। ସୁଧୀର ଧନଓ୍ବାଲେଙ୍କ ଭାଇଙ୍କର ଯେତେବେଳେ ମୃତ୍ୟୁ ଘଟିଲା ସେତେବେଳେ ତା ସପକ୍ଷରେ ସବୁ ତଥ୍ୟ ପ୍ରମାଣ ଦରଖାସ୍ତ ସହ ଦିଆଯାଇଥିଲା। କିନ୍ତୁ ତାଙ୍କ ବିରୋଧରେ ଅଭିଯୋଗ ଗମ୍ଭୀର ଥିଲା ବୋଲି ତାଙ୍କୁ ଜାମିନ ଦିଆଯାଇ ନ ଥିଲା ଓ ସେହି ଆଧାରରେ ସେହି ଦରଖାସ୍ତ ଗ୍ରହଣ କରାଯାଇ ନ ଥିଲା। ମେ ୨୦୨୧ରେ ଭେର୍ନନ୍‌ ଗୋନସାଲଭେସ୍‌ଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲାବେଳେ ତାଙ୍କ ପରିବାର ଜାମିନ ପାଇବାର ପ୍ରୟାସରେ ଥିବା କଠିନ ପଥ ଆପଣାଇବାକୁ ସେ ଚାହଁି ନ ଥିଲେ।
ଫେବୃୟାରୀ ୨୦୨୧ରେ ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶ ପାଇଥିଲା ଯେ, ରୋନା ଓ୍ବିଲ୍‌ସନଙ୍କ ଲାପ୍‌ଟପ୍‌ରେ ଯେଉଁ ଲେଟରଗୁଡ଼ିକ ପୋଲିସ ପାଇଥିଲା ତାହାକୁ ପ୍ଲାଣ୍ଟ କରାଯାଇଥିଲା। ତାହାକୁ କମ୍ପ୍ୟୁଟରରେ ପ୍ରବେଶ କରାଇବା ଲାଗି ମାଲ୍‌ଓ୍ବେର୍‌ ବ୍ୟବହାର କରାଯାଇଥିଲା। ଏହି ଲେଟରଗୁଡ଼ିକ ମଧ୍ୟରେ ଗୋଟିଏ ଥିଲା ମୋଦିଙ୍କ ହତ୍ୟା ସମ୍ପର୍କିତ ଯାହାକୁ ମାଇକ୍ରୋସଫ୍ଟ ଓ୍ବାର୍ଡର ନୂତନ ଭର୍ସନ ବ୍ୟବହାର କରାଯାଇ ସୃଷ୍ଟି କରାଯାଇଥିଲା, ଯାହା ଓ୍ବିଲ୍‌ସନଙ୍କ କମ୍ପ୍ୟୁଟରରେ ନ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏପ୍ରିଲ ୨୦୨୧ରେ ଡିଜିଟାଲ ଫୋରେନସିକ କ୍ଷେତ୍ରରେ ଏକ ଆଗୁଆ କମ୍ପାନୀ ପ୍ରକାଶ କରିଥିଲା ଯେ,ଓ୍ବିଲସନଙ୍କ କମ୍ପ୍ୟୁଟର ହ୍ୟାକ୍‌ କରାଯିବା ପ୍ରକ୍ରିୟାକୁ ଭୁଲ୍‌ ପ୍ରମାଣ କରିବା ଅସମ୍ଭବ। ଭୀମା କୋରେଗାଁଓ ହିଂସାର ୧୧ ଦିନ ପରେ ୧୧ ଜାନୁୟାରୀ ୨୦୧୮ରେ ଫାଇଲଗୁଡ଼ିକ କମ୍ପ୍ୟୁଟରରେ ରଖାଯାଇଥିଲା। ଏସବୁ ସତ୍ତ୍ୱେ ଅଧିକାଂଶ ଅଭିଯୁକ୍ତ ଏବେ ବି ଜେଲରେ ଅଛନ୍ତି। ନିର୍ଦ୍ଦୋଷଙ୍କୁ ଅକଳରେ ପକାଇବା ଲାଗି ସରକାର ଆଇନର ଅପବ୍ୟବହାର କରିବାରେ ଏକ ମାତ୍ର ଦୃଷ୍ଟାନ୍ତ ହେଉଛି ଭୀମା କୋରେଗାଁଓ ଘଟଣା ଏବଂ ଏହା ହେଉଛି ପ୍ରତୀକାମତ୍କ। ଭାରତରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ନିର୍ଯାତନା ବିରୋଧରେ କହିଲେ ସରକାର କ’ଣ କରିପାରନ୍ତି ଏହା ପ୍ରତିପାଦିତ କରିଛି। ସରକାରଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଯେତେଦିନ ଯାଏ ଆମେ ମୁହଁ ନ ଖୋଲିବା ଓ ଏହାର ଶିକାର ହୋଇଥିବା ଲୋକଙ୍କୁ ଭୁଲିଯିବା, ସେତେଦିନ ଯାଏ ଏହି ପ୍ରକାର ବ୍ୟବହାର ଲାଗିରହିବ। ଏଣୁ ଭୀମା କୋରେଗାଁଓ ଘଟଣାରେ ୧୬ ଜଣଙ୍କୁ ଭୁଲିଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri