Advertisement

ବିଧାୟକ ପାଣ୍ଠିର ଅପବ୍ୟବହାର: ଜବରଦଖଲ କରିଥିବା ଘର ଉଚ୍ଛେଦ ଦାବି

ପଦ୍ମପୁର,୨୬.୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁରରେ ଦୀର୍ଘ ୨୪ ବର୍ଷ ବିଜେଡି ସରକାର ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗର ମଧ୍ୟରେ କ୍ଷମତାର ଅପବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ଓ ବିକାଶ ପରିଷଦ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସରକାରୀ ଜମି ଓ ସେଥିରେ ଜବରଦଖଲ କରି ବ୍ୟବହାର କରୁଥିବାରୁ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦ୍ମପୁର ନଗର ଭାଜପା ତରଫରୁ ଜିଲା ପ୍ରଶାସନଠାରେ ୪ ଦଫା ସମ୍ବଳିତ ଦାବି ପତ୍ର ମଙ୍ଗଳବାର ଅପରାହ୍ନ ୩ଟାରେ ପ୍ରଦାନ କରାଯାଇଛି।
ପଦ୍ମପୁର ଏନ୍‌ଏସି ଦ୍ବାରା ବିଜୁ ମାର୍କେଟ କମ୍ପ୍ଲେକ୍ସ ଓ ସେଥିରେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି। କିନ୍ତୁ ଏହା ସାଧାରଣ ଲୋକଙ୍କର ବ୍ୟବହାରରେ ଆସୁ ନଥିବା ବେଳେ ମାର୍କେଟ କମ୍ପ୍ଲେକ୍ସ ଓ କଲ୍ୟାଣ ମଣ୍ଡପକୁ ବିଜେଡିର ବ୍ୟବହାରରେ ଲଗାଇଥିବା, ବିନା ଟାଉନ ପ୍ଲାନିଂରେ ସରକାରୀ ଜମିରେ ଟ୍ରକ୍‌ ଆସୋସିଏଶନ ନାମରେ ଜମି ପ୍ରଦାନ କରି ସରକାରୀ ପାଣ୍ଠିରେ କୋଠା ତିଆରି କରିବା ଘଟଣାରେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ରହିଥିଲେ ବି କ୍ଷମତାର ଅପବ୍ୟବହାର କରି ଉଚ୍ଛେଦ ମାମଲାକୁ ଚପାଇଦେବା, ବୋଡାସମ୍ବର ଫ୍ରି ଥିଙ୍କର ଆସୋସିଏଶନ ନାମରେ ୧୯୯୧-୨୦୦୦ରେ ତତ୍କାଳୀନ ବିଧାୟକ ପାଣ୍ଠିର ଅପବ୍ୟବହାର କରି ଖତା ୧୩୧୮ ପ୍ଲଟ ନଂ ୧୪୨୪ ଅନ୍ତର୍ଗତ ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ପଡ଼ିଆର ୨୦ ଡିସିମିଲ୍‌ ଜମିରେ ଘର ତିଆରି କରି ମାଡ଼ି ବସିଥିବା ଓ ଏଥେଲେଟିକ ଆସୋସିଏଶନର ଅଶୋକ ପଡ଼ିଆରେ ଥିବା ଖେଲାଲିଙ୍କ ବିଶ୍ରାମ ଗୃହକୁ ଅନାଧିକାର ଭାବରେ ଜବରଦଖଲ କରି ଅପବ୍ୟବହାର କରୁଥିବା ଦର୍ଶାଇ ପଦ୍ମପୁର ଏଡିଏମ୍‌ କୁନାଲ ମୋତିରାମ ଚୌହୱାନଙ୍କଠାରେ ପଦ୍ମପୁର ଭାଜପା ଯୁବନେତା ପ୍ରିତେଶ ବହିଦାର,ନଗର ସାଧାରଣ ସମ୍ପାଦକ ଅଶୋକ ମିଶ୍ର, ବରିଷ୍ଠ ନେତା ସୁବାସ ପାତ୍ର, ସରୋଜ ମିଶ୍ର, କାଉଲସିଲର କୁନାଲ ପାଣିଗ୍ରାହୀ, ଆଇନଜୀବୀ ହରି ସିଂ, ଆଦିତ୍ୟ ରଥ, ରଞ୍ଜୁ ସେଠ, ଜୋସ୍ନାରାଣୀ କର, ନରୋତମ ପଧାନ, ପ୍ରତାପ ନାଥ, ରାଜେଶ ଗୁର୍ଲ୍ଲା, ନରେଶ ସୁନ୍ଦର ସାହୁ, ଅମିତ ଗର୍ଗ, ଦୀନେଶ ବାରିକ, ସୁରଜ ସୁନା, ସୁରେଶ ସାହୁ, ଅନିଲ ଗୁର୍ଲ୍ଲା, ୱାରିସ ରାଜା, ଉଦ୍ଧବ ଡୁଙ୍ଗରି, ଶଙ୍କର ରାଉତ, ମୁକେଶ ସେଠ, ନବ କଣ୍ଟା, ହରେଶ ସାଣ୍ଢଙ୍କ ଉପସ୍ଥିତରେ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧ୍ୟ ଏହା ଉପରେ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share