ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ବହୁତ ଆକ୍ଟ୍ରିଭ୍ ରହୁଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରତିଦିନ ପ୍ରଶଂସକଙ୍କ ସହ ତାଙ୍କ ଦୈନନ୍ଦିନ ଜୀବନ, ପିତାଙ୍କ କବିତା, ଫଟୋ, ଚିନ୍ତାଧାରା ଏବଂ ଭିଡିଓ ଶେୟାର କରୁଛନ୍ତି। ନିକଟରେ ଅମିତାଭ ଏକ ମଜାଳିଆ ଟୁଇଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଯେତେବେଳେ ଚା ’ଶର୍ଟ ଉପରେ ପଡ଼େ, ଏହାକୁ ଏକ ଟି-ଶର୍ଟ’ କୁହାଯାଏ। ଅମିତାଭଙ୍କ ଏହି ମଜାଳିଆ ଟୁଇଟ୍ ଉପରେ ୟୁଜର୍ସମାନେ ମଧ୍ୟ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆମେ ତୁମ ପାଇଁ ଗର୍ବିତ ଅମିତ ଜୀ।
T 3651 –
“अगर शर्ट पर चाय गिर जाए तो टीशर्ट कह सकते है ..??” 🤣🤣🤣🤣~ Ef am
— Amitabh Bachchan (@SrBachchan) September 6, 2020
ସ୍ମରଣଯୋଗ୍ୟ, ଜୁଲାଇ ୧୧ରେ ବିଗ୍-ବିଙ୍କୁ କରୋନା ହୋଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପ୍ରଶଂସକମାନେ ମଧ୍ୟ ଯଥାଶୀଘ୍ର ସୁସ୍ଥ ହେବା ପାଇଁ ବହୁତ ପ୍ରାର୍ଥନା କରିଥିଲେ। କରୋନା କବଳରୁ ବିଗ୍ ବି ମୁକ୍ତି ପାଇଛନ୍ତି।
ଏ ତ ଗଲା ବିଗ୍ ବିଙ୍କ ବ୍ୟକ୍ତିଗତ ଜୀବନ କଥା। ଫିଲ୍ମ କ୍ୟାରିୟର କଥା ଯଦି ଦେଖିବା ବର୍ତ୍ତମାନ ବିଗ୍-ବି ‘କୌନ୍ ବନେଗା କୋରଡ଼ପତି’ ଶୁଟିଂରେ ବ୍ୟସ୍ତ ରହୁଛନ୍ତି। କରୋନା ମଧ୍ୟରେ ସମସ୍ତ ସତର୍କତା ଅବଲମ୍ବନ କରି କେବିସିର ଶୁଟିଂ ଆରମ୍ଭ ହୋଇଛି। ଅମିତାଭ ଖୁବ୍ଶୀଘ୍ର ଫିଲ୍ମ ‘ ଝୁଣ୍ଡ୍’, ’ଚେହେରେ’ ଏବଂ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଫିଲ୍ମ ‘ଝୁଣ୍ଡ୍’ରେ ବିଗ୍-ବି ଜଣେ କୋଚ୍ ଭୂମିକାରେ ନଜର ଆସିବେ। ତାଙ୍କୁ ପ୍ରଥମ ଥର ପାଇଁ ବଡ଼ ପରଦାରେ ଇମ୍ରାନ ହାସ୍ମୀଙ୍କ ସହ ଦେଖିବାକୁ ମିଳିବ।