Posted inଖେଳ

ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ ରଖି ସମାଲୋଚନାର ସମ୍ମୁଖୀନ ହୋଇଥିବା ମିଚେଲ ମାର୍ଶ ଭାଙ୍ଗିଲେ ନୀରବତା, କହିଲେ ମୁଁ ପୁଣିଥରେ ଗୋଡ…

ନୂଆଦିଲ୍ଲୀ,୧।୧୨: ଦିନିକିଆ ବିଶ୍ୱକପ୍‌ ୨୦୨୩ର ଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଏବଂ ଅଷ୍ଟ୍ରେଲିଆ ୬ ଉଇକେଟ୍‌ରେ ଭାରତକୁ ପରାସ୍ତ କରି ଫାଇନାଲ ମ୍ୟାଚ ଜିତିଥିଲା। ଏହି ବିଜୟ ପରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ ରଖିଥିବା ନଜର ଆସିଥିଲେ।

ଏହି ଫଟୋ ଭାଇରାଲ ହେବା ପରେ ମିଚେଲ ମାର୍ଶଙ୍କୁ ଭାରତରେ ବହୁତ ସମାଲୋଚନା କରାଯାଇଥିଲା। ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏହାକୁ କ୍ରିକେଟ ଏବଂ ବିଶ୍ୱକପ୍‌ ଟ୍ରଫିର ଅପମାନ ବୋଲି କହିଥିଲେ। ଗତ ୧୦ ଦିନ ଧରି ସୋସିଆଲ ମିଡିଆରେ ମିଚେଲ ମାର୍ଶଙ୍କ ଏହି ଫଟୋକକୁ ନେଇ ଉତ୍ତେଜନା ଦେଖାଦେଇଛି, ବର୍ତ୍ତମାନ ଶେଷରେ ମାର୍ଶ ତାଙ୍କର ନୀରବତାକୁ ଭାଙ୍ଗିଛନ୍ତି।

ସେନ ରେଡିଓକୁ ଦେଇଥିବା ଏକ ସାକ୍ଷାତକାରରେ ମିଚେଲ ମାର୍ଶ କହିଛନ୍ତି ଯେ ଟ୍ରଫି କିମ୍ବା ଭାରତୀୟ ପ୍ରଶଂସକଙ୍କୁ ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ଯେତେବେଳେ ମିଚେଲଙ୍କୁ ପଚରାଯାଇଥିଲା ଯେ ସେ ପୁଣି ବିଶ୍ୱକପ୍‌ ଟ୍ରଫିରେ ଗୋଡ ରଖିବେ କି? ଏହାର ଉତ୍ତରରେ ମାର୍ଶ କହିଛନ୍ତି, ସତ କହିବାକୁ ଗଲେ ବୋଧହୁଏ ହଁ, ମୁଁ କରିବି। ମୁଁ ଏ ବିଷୟରେ ଅଧିକ ଚିନ୍ତା କରି ନାହିଁ। ସୋସିଆଲ ମିଡିଆରେ ମୁଁ ଏହା ବିଷୟରେ ଅଧିକ ଦେଖି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri