Categories: ଖେଳ

ଭେଟେରାନ ଅଲରାଉଣ୍ଡର ମିଚେଲ ସାଣ୍ଟନରଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅକ୍‌ଲାଣ୍ଡ,୧୩ା୧: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ପାଇଁ ଭେଟେରାନ ଅଲରାଉଣ୍ଡର ମିଚେଲ ସାଣ୍ଟନର ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଏପରିକି ଦଳରେ ବାମହାତୀ ବୋଲର ବେନ୍‌ ଲିଷ୍ଟର ନୂତନ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ଭାରତ ଟୁର୍‌ରେ ଆସି ନ୍ୟୁଜିଲାଣ୍ଡ ଜାନୁୟାରୀ ୧୮ (ହାଇଦ୍ରାବାଦ)ରୁ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳି ସାରିବା ପରେ ଜାନୁୟାରୀ ୨୭ରେ ରାଞ୍ଚିରେ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ଖେଳିବ। ନ୍ୟୁଜିଲାଣ୍ଡ ଟି୨୦ ଦଳରେ ମିଚେଲ ସାଣ୍ଟନର(ଅଧିନାୟକ), ଫିନ୍‌ ଆଲେନ୍‌, ମାଇକେଲ ବ୍ରେସ୍‌ଓ୍ବେଲ୍‌, ମାର୍କ ଚାପମ୍ୟାନ, ଡେନ୍‌ କ୍ଲେଭର, ଡେଭନ କନଓ୍ବେ, ଜାକବ ଡୁଫି, ଲୋକି ଫର୍ଗୁସନ, ବେନ୍‌ ଲିଷ୍ଟର, ଡେରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାଇକେଲ ରିପନ, ହେନ୍‌ରୀ ଶିପ୍ଲି, ଈଶ ସୋଧି,ବ୍ଲେୟର ଟିକ୍‌ନଙ୍କୁ ଦଳରେ ସ୍ଥାନ ମିଳିଛି।

Share