Categories: ଖେଳ

ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧।୨: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ ଝଟ୍‌କା ଲାଗିଛି। ଆହତ ହୋଇଥିବା ଯୋଗୁ ଦଳର ମୁଖ୍ୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ପ୍ରଥମ ଟେଷ୍ଟରେ ଖେଳିବେ ନାହିଁ। ସେ ନିଜେ ଏହା ନିଶ୍ଚିତ କରିଛନ୍ତି।

ମିଚେଲ ଷ୍ଟାର୍କ କହିଛନ୍ତି, ଆଙ୍ଗୁଠିରେ ଆଘାତ ଲାଗିଥିବା କାରଣରୁ ସେ ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଖେଳିପାରିବେ ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ଷ୍ଟାର୍କଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏଥିଯୋଗୁ ସେ ସିରିଜର ଅନ୍ତିମ ମ୍ୟାଚ୍‌ ଖେଳିପାରି ନ ଥିଲେ। ତେବେ ସୁସ୍ଥ ହେବା ପରେ ଦିଲ୍ଲୀ ଟେଷ୍ଟରେ ଖେଳାଳିଙ୍କ ସହ ସେ ଯୋଡି ହେବେ ବୋଲି ସେ କହିଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ୯ ରୁ ୧୩ ଫେବୃୟାରୀ ପର୍ଯ୍ୟନ୍ତ ନାଗପୁରରେ ଏବଂ ଦ୍ୱିତୀୟ ଟେଷ୍ଟ ୧୭ରୁ ୨୧ ଫେବୃୟାରୀ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଖେଳାଯିବ।

ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ କାର୍ଯ୍ୟସୂଚୀ:
ଫେବୃଆରୀ ୯-୧୩ – ପ୍ରଥମ ଟେଷ୍ଟ
ଫେବୃଆରୀ ୧୭-୨୧ – ଦ୍ୱିତୀୟ ଟେଷ୍ଟ
ମାର୍ଚ୍ଚ ୧-୫ – ତୃତୀୟ ଟେଷ୍ଟ
ମାର୍ଚ୍ଚ ୯-୧୩ – ଚତୁର୍ଥ ଟେଷ୍ଟ

Share