Categories: ଖେଳ

ଚତୁର୍ଥରେ ମିତାଲି, ଦଶମରେ ସ୍ମୃତି

ଦୁବାଇ,୮।୩: ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଂରେ ୪ର୍ଥ ସ୍ଥାନକୁ ଖସିଛନ୍ତି ଭାରତର ଦିନିକିଆ ଅଧିନାୟକ ମିତାଲି ରାଜ। ସେହିଭଳି ସ୍ମୃତି ମନ୍ଧାନା ୧୦ମ ସ୍ଥାନକୁ ଖସିଛନ୍ତି। ଏହି ରାଙ୍କିଂରେ ସଫଳତା ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଦିନିକିଆ ଟିମ୍‌ର ଅଧିନାୟକ ମେଗ ଲାନ୍ନିଂ। ସେ ରାଙ୍କିଂର ଦ୍ୱିତୀୟ ସ୍ଥାନକୁ ଉଠିିଛନ୍ତି। ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ଦିନିକିଆ ମହିଳା ବିଶ୍ୱକପ ଖେଳାଯାଉଥିବା ବେଳେ ପ୍ରଥମ ୫ ମ୍ୟାଚ୍‌ର ପ୍ରଦର୍ଶନକୁ ଆଧାର କରି ଆଇସିସି ପକ୍ଷରୁ ଦିନିକିଆ ବ୍ୟାଟିଂର ତାଜା ରାଙ୍କିଂ ଜାରି କରାଯାଇଛି।ପୂର୍ବଭଳି ଅଷ୍ଟ୍ରେଲିଆର ଆଲିସା ହିଲ ୧ ନଂ ସ୍ଥାନରେ ରହିଛନ୍ତି। ବୋଲିଂ କଥା ବିଚାରକୁ ନେଲେ ଅଷ୍ଟ୍ରେଲିଆର ଜେସ ଜୋନାସେନ ୧ନଂ ସ୍ଥାନରେ ରହିଛନ୍ତି। ଏହି ତାଲିକାର ଶୀର୍ଷ ୧୦ରେ ଏକମାତ୍ର ଭାରତୀୟ ଭାବେ ଝୁଲଣ ଗୋସ୍ବାମୀ ୪ନଂ ସ୍ଥାନରେ ଅଛନ୍ତି।

Share