ଏହି ବଲିଉଡ୍‌ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ମିଥାଲି ରାଜ୍‌

ଭାରତୀୟ ମହିଳା କ୍ରିକେଟର୍‌ ମିଥାଲି ରାଜ ଏବେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଅଛନ୍ତି। ସେ ୨୨ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍‌ ଖେଳୁଛନ୍ତି। ନିକଟରେ ସେ କପିଲ ଶର୍ମାଙ୍କ କମେଡି ଶୋ’ରେ ନଜର ଆସିଥିଲେ। ତାଙ୍କ ସାଥୀ କ୍ରିକେଟର ହରମାନପ୍ରୀତ କୌର, ବେଦା କ୍ରିଷ୍ଣାମୂର୍ତ୍ତି ଏବଂ ଝୁଲନ ଗୋସ୍ବାମୀ ମଧ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି ସମୟରେ ମିଥାଲି ନିଜ ବିବାହକୁ ନେଇ ଏକ ମଜାଦାର କଥା କହିଥିଲେ। ବଲିଉଡ ଅଭିନେତାଙ୍କ ମଧ୍ୟରୁ କାହାକୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କପିଲଙ୍କ ପ୍ରଶ୍ନରେ ମିଥାଲି କହିଥିଲେ କାହାକୁ ବିବାହ କରିବାକୁ ମୋର ମନ ନାହିଁ, ଯାହାକୁ ପସନ୍ଦ କରେ ସେ ବିବାହିତ, ମୁଁ ଅମିର ଖାନଙ୍କୁ ବିବାହ କରିବାକୁ ଚାହୁଁଥିଲି ବୋଲି ସେ କହିଛନ୍ତି।
ମିଥାଲି ନିଜ ଖେଳ ସହିତ ନିଜ ତଥା ଦେଶର ନାମ ବୃଦ୍ଧି କରିଛନ୍ତି। କିନ୍ତୁ କ୍ରୀଡା ତାଙ୍କର ପ୍ରଥମ ପ୍ରେମ ନ ଥିଲା। ପିତାଙ୍କ ଜିଦ୍‌ରେ ସେ କ୍ରିକେଟର ହୋଇଥିଲେ। ସେ ନାଚିବାକୁ ପସନ୍ଦ କରୁଥିଲେ। ସେ ପିଲାଦିନରୁ ନୃତ୍ୟଶିଳ୍ପୀ ହେବାକୁ ଚାହୁଁଥିଲେ। ସେ ଭାରତନାଟ୍ୟମରେ ମଧ୍ୟ ତାଲିମ ନେଇଛନ୍ତି। ମିଥାଲିଙ୍କ ଭାଇ ଏବଂ ପିତା ମଧ୍ୟ ପୂର୍ବତନ କ୍ରିକେଟର ଥିଲେ।
ଡିସେମ୍ବର ୩, ୧୯୮୨ରେ ରାଜସ୍ଥାନର ଯୋଧପୁରରେ ଜନ୍ମ ହୋଇଥିବା ମଥାଲି ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଏତେ ବୟସ ହୋଇଥିଲେ ମଧ୍ୟ ବିବାହ ନ କରିବାର କାରଣ ମଧ୍ୟ ଅତ୍ୟନ୍ତ ସ୍ବତନ୍ତ୍ର। ଏକ ସାକ୍ଷାତକାରରେ ମିତାଲି ଏହି ରହସ୍ୟ ପ୍ରକାଶ କରିଛନ୍ତି। ସେ କହିଥିଲେ, ବହୁ ପୂର୍ବରୁ, ଯେତେବେଳେ ମୁଁ ବହୁତ ଛୋଟ ଥିଲି, ବିବାହ ଚିନ୍ତା ମୋ ମନକୁ ଆସିଥିଲା, କିନ୍ତୁ ଏବେ ଯେତେବେଳେ ମୁଁ ବିବାହିତ ଲୋକଙ୍କୁ ଦେଖେ, ସେତେବେଳେ ଏହି ଚିନ୍ତା ମୋ ମନକୁ ଆସେ ନାହିଁ । ମୁଁ ଅବିବାହିତ ହୋଇ ବହୁତ ଖୁସି ଅଛି ବୋଲି ସେ କହିଛନ୍ତି।