ମା’ଙ୍କୁ ହରାଇଲେ ମିଥୁନ, ଶୋକରେ ବୁଡ଼ିଲା ପରିବାର

ବମ୍ବେ: ମା’ଙ୍କୁ ହରାଇଲେ ବଲିଉଡ ତଥା ଟଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ। ମିଥୁନଙ୍କ ମା’ ଶାନ୍ତିରାଣୀ ଦେବୀଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ଦୀର୍ଘଦିନରୁ ସେ ଅସୁସ୍ଥ ଥିବା ବେଳେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିବା ନେଇ ଅଭିନେତାଙ୍କ ପୁଅ ନାମଶି ଚକ୍ରବର୍ତ୍ତୀ ଜଣାଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ମିଥୁନଙ୍କ ପରିବାର ସହ ପ୍ରଶଂସକଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ କଳାକାରଙ୍କ ସହ ରାଜନେତାମାନେ ଟୁଇଟ କରି ଶୋକବ୍ୟକ୍ତ କରୁଥିବା ଦେଖାଯାଉଛି। ତେବେ ଶୁକ୍ରବାର ମୁମ୍ବାଇରେ ଶାନ୍ତିରାଣୀଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।
ମିଥୁନଙ୍କ କର୍ମମୟ ଜୀବନ ବିଷୟରେ କଥା ହେଲେ ସେ ଏବେ ଡାନ୍ସ ବଙ୍ଗଳା ଡାନ୍ସ ୧୨ର ଶୁଟିଂ କରୁନ୍ତି। କିିଛି ଦିନ ତଳେ ଏହି ଶୋ’ରେ ସେ ମା’ଙ୍କ ବିଷୟରେ କଥା ହୋଇଥିଲେ।
Share