ଏକଦା ଆତ୍ମହତ୍ୟା କରିବାକୁ ଭାବିଥିଲେ ମିଥୁନ ଚକ୍ରବର୍ତ୍ତୀ, ଏଇ ଗୋଟିଏ କଥା ବଦଳାଇଦେଇଥିଲା ନିଷ୍ପତ୍ତି

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ସୋସିଆଲ ମିଡିଆ ଜରିଆରେ ସେ ତାଙ୍କ ପ୍ରଂଶସକଙ୍କ ସହିତ ଯୋଡି ହୋଇ ରହିବାକୁ ଚେଷ୍ଟା କରନ୍ତି। ତେବେ ତାଙ୍କ ସମ୍ପର୍କରେ ଏପରି ଅନେକ କିଛି କଥା ଅଛି ଯାହା ତାଙ୍କ ପ୍ରଂଶସକ ଜାଣନ୍ତି ନାହିଁ। ଏକ ସାକ୍ଷାତକାରରେ ସେ ତାଙ୍କର ସବୁଠାରୁ ଖରାପ ସମୟ ବିଷୟରେ କହିଥିଲେ। ଜାଣନ୍ତୁ ସେ ସମ୍ପର୍କରେ …

ଏକ ସାକ୍ଷାତକାରରେ ମିଥୁନ କହିଥିଲେ, ‘ମୁଁ ସାଧାରଣତ ଏ ବିଷୟରେ ଅଧିକ କଥାବାର୍ତ୍ତା କରେ ନାହିଁ, ସଂଘର୍ଷର ସେହି ଦିନଗୁଡ଼ିକ ବିଷୟରେ କହିବାକୁ ଗଲେ ଏ ସବୁ ବିଷୟରେ ନ କହିବା ଠିକ, କାରଣ ଏହା ନୂଆ କଳାକାରମାନଙ୍କୁ ନିରୁଉତ୍ସାହିତ କରିବ । ‘ମୁଁ ଅନେକ ଥର ଭାବୁଥିଲି ଯେ ମୁଁ କେବେବି ମୋର ଲକ୍ଷ୍ୟ ହାସଲ କରିପାରିବି ନାହିଁ, ଏଥିପାଇଁ ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। ଏପରିକି ବିଭିନ୍ନ କାରଣରୁ ମୁଁ କୋଲକାତା ଫେରି ଆସିଥିଲି । ପରେ ଭାବିଲି କୌଣସି ଲଢେଇ ନ କରି ଜୀବନକୁ ଶେଷ କରିବାକୁ ଚିନ୍ତା କରିବା ଉଚିତ୍‌ ନୁହେଁ ।

Share